ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେବ ଅଯୋଧ୍ୟା

ନୂଆଦିଲ୍ଲୀ: ଭଗବାନ ରାମଙ୍କ ଆଗମନ ନେଇ ଉତ୍ସବ ମୁଖର ଅଯୋଧ୍ୟା ନଗରୀ। ଅଯୋଧ୍ୟାରେ ପ୍ରକମ୍ପିତ ହେଉଛି ଜୟଶ୍ରୀରାମ ଧ୍ୱନି। ସବୁଠି ରାମ କଥା ଓ ଗାଥା ର ଆଲୋଚନା। 500 ବର୍ଷର ସଂଘର୍ଷର ଘଟିଛି ଅନ୍ତ । ଭଗବାନ ରାମ ପୁଣି ତାଙ୍କ ଜନ୍ମ ସ୍ଥାନ ରେ ଅବସ୍ଥିତ । ଜାନୁଆରୀ ୨୨ ରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରାଣ ପ୍ରତିଷ୍ଠା ସମାରୋହରେ ଏକ ହଜାର ଶହେ ଏଗାର (୧୧୧୧) ଶଙ୍ଖର ଶଦ୍ଦରେ ପ୍ରକମ୍ପିତ ହେବ ଅଯୋଧ୍ୟା ନଗରୀ। ଏହି ଏଗାର ଶହ ଏଗାର ଶଙ୍ଖ ବାଦନ ବିଶ୍ୱରେକର୍ଡ କରିବାକୁ ପ୍ରସ୍ତାବ ଦିଆଯାଇଛି। ପୌରାଣୀକ କଥା ଅନୁସାରେ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭରେ ପ୍ରଥମ ଶଙ୍ଖ ଧ୍ୱନୀ କରାଯାଇଥାଏ। ଯାହାଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହୋଇ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ।
ତେବେ ଏହି ଶଙ୍ଖ ନାଦରେ ପବିତ୍ର ହୋଇଉଠିବ ପରିବେଶ। ସେହିପରି ସମାରୋହ ଦିନ ଗଙ୍ଗା ଆଳତୀ ପରି ସରୟୁ ତଟରେ ଭବ୍ୟ ସରୟୁ ଆଳତୀ କରାଯିବ। ଏହି ଆଳତୀ ୮ ଜାନୁଆରୀରୁ ଆରମ୍ଭ ହେବ। ସେହିପରି ୮ ଜାନୁଆରୀରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ରାମକଥାର ଆୟୋଜନ କରାଯିବ। ଏଥିସହିତ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଲଗାତାର ଆୟୋଜିତ କରାଯିବ। କିଛି ଦିନ ତଳେ ଲକ୍ଷ୍ନୌରେ ହୋଇଥିବା ବୈଠକରେ ସିଏମ ଯୋାଗୀ କହିଥିଲେ ରାମାୟଣ, କିର୍ତ୍ତନ, ରାମଚରିତ ମାନସର ଆଯୋଜନ କରାଯିବ। ଯାହା ଜାନୁଆରୀରୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ପରିବେଶ ପୁରା ରାମ ରାମ ହୋଇ ଉଠିବ।
ଅଧିକ ଦେଖନ୍ତୁ :