Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ

National

କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ

Manini Pattanayak
Browse all articles by Manini Pattanayak
·2 years ago·1 min read
କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ

 ନୂଆଦିଲ୍ଲୀ: କର୍ଣ୍ଣାଟକରେ ପୁଣି ହିଜାବକୁ ନେଇ ତେଜିଲା ବିବାଦ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହିଜାବ ଉପରୁ ବ୍ୟାନ ହଟାଇ ଦେଇଛନ୍ତି, ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ଶାସନରେ ସ୍କୁଲ ଓ କଲେଜରେ ହିଜାବକୁ ବ୍ୟାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତାକୁ ଦୃଷ୍ଟିରେ ରଖି ହିଜାବ ପରିଧାନ ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ସ୍କୁଲ ପରିସରରେ କେବଳ ସ୍କୁଲ ୟୁନିଫର୍ମ ହିଁ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଫେବୃଆରୀ ୨୦୨୨ରେ, ଉଡୁପିର ଏକ ସରକାରୀ କଲେଜ ଶ୍ରେଣୀଗୃହରେ ହିଜାବକୁ ନିଷିଦ୍ଧ କରାଯାଇଥିଲା । 
ଏହାପରେ ଆଉ କିଛି ଶିକ୍ଷାନୁଷ୍ଠାନ ଏହାକୁ ଅନୁସରଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସବୁ କୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ କ୍ୟାମ୍ପସରୁ ହିଜାବକୁ ବ୍ୟାନ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧି ଆସିବାକୁ ଅନୁମତି ଦେଇଥିଲେ। ତେବେ ସ୍କୁଲ ଓ କେଲଜରେ ହିଜାବ ଉପରେ ବ୍ୟାନ ହଟାଇବା ପରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଛି ବିଜେପି। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In Karnataka, the controversy over hijab again. | Argus English