Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ

National

ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ

Jitendra Dash
Browse all articles by Jitendra Dash
·2 years ago·1 min read
ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ

ଅର୍ଗସ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଜାହାଜ ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତ । କ୍ଷଣିକ ମଧ୍ୟରେ ଶତ୍ରୁ ଜାହାଜକୁ ଧ୍ବଂସ କରିବାର ରହିଛି କ୍ଷମତା । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲକୁ ସି କିଙ୍ଗ୍ ୪୨ବି ହେଲିକପ୍ଟରରୁ ପରୀକ୍ଷା କରାଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି ଭାରତୀୟ ନୌସେନା । 

ଅଧିକ ପଢନ୍ତୁ ଭାରତ ଖବର

ହେଲିକପ୍ଟରରୁ ଲଞ୍ଚ୍ ହେବା ପରେ ଦ୍ରୁତ ଗତିରେ ଟାର୍ଗେଟକୁ ହିଟ୍ କରିଛି ଏହି ମିସାଇଲା । ଏଥିରେ ଗାଇଡାନ୍ସ ଟେକନୋଲୋଜିର ପ୍ରୟୋଗ କରାଯାଇଛି । ଯାହା ସଠିକ ଭାବେ ଶତ୍ରୁର ଜାହାଜକୁ ଧ୍ବଂସ କରିବାରେ ମାହିର । କ୍ଷେପଣାସ୍ତ୍ର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ମିସାଇଲର ସଫଳ ପରୀକ୍ଷା ପରେ ଏବେ ଚିନ୍ତାରେ ଚୀନ । ଭାରତ ମହାସାଗରରେ ଦାଦାଗିରି ଦେଖାଇଲେ ଡ୍ରାଗନକୁ ମିଳିବ ଉଚ୍ଚିତ ଜବାବ । ଗତ ବର୍ଷ ମେ ମାସରେ ମଧ୍ୟ ନୌସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

Sponsored
In historic feat, India tests first homemade naval anti-ship | Argus English