ଦେଶର 5 ହଜାର ସ୍ଥାନରୁ ଭର୍ଚୁଆଲ ମୋଡରେ ଯୋଡ଼ିହେଲେ ନୂଆ ଭୋଟର୍

ଅର୍ଗସ ବ୍ୟୁରୋ: 50 ଲକ୍ଷ ନୂଆ ଭୋଟରଙ୍କ ସହ କଥାହେଲେ ପିଏମ୍ ମୋଦି । ଦେଶର 5 ହଜାର ସ୍ଥାନରୁ ଭର୍ଚୁଆଲ ମୋଡରେ ଯୋଡ଼ିହେଲେ ନୂଆ ଭୋଟର୍ । ଏହି ଅବସରରେ ମୋଦି କହିଛନ୍ତି କି ମୁଁ ଦେଖିପାରୁଛି ବଡ଼ସଂଖ୍ୟାରେ ଦେଶର ଝିଅ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି। ଜାତୀୟ ମତଦାତା ଦିବସରେ ଏଭଳି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ସହ ଯୋଡ଼ି ହେବା ମୋତେ ଉର୍ଜାରେ ଭରି ଦେଉଛି। ଭୋଟର ତାଲିକାରେ ନାମ ରେଜିଷ୍ଟର ହେବା ମାତ୍ରେ ଆପଣ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଭାରତର ଅମୃତକାଳରେ ଆପଣମାନେ ଭୋଟର ତାଲିକାରେ ଯୋଡ଼ି ହୋଇଥିବାରୁ ସଭିଙ୍କୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି।
ସେପଟେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ 250 ସ୍ଥାନରୁ ସାମିଲ ହୋଇଛନ୍ତି ପ୍ରାୟ ଅଢେଇ ଲକ୍ଷ ଭୋଟର । ଆଜି ନ୍ୟାସନାଲ୍ ଭୋଟର୍ସ ଡେରେ ନୂଆ ମତଦାତାଙ୍କୁ ଭୋଟର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇଛନ୍ତି ପିଏମ୍ ମୋଦି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 5 ହଜାର ସ୍ଥାନରୁ ଯୋଡ଼ି ହୋଇଛନ୍ତି ନୂଆ ଭୋଟର । ଏହି ନମୋ ନବ ମତଦାତା ସମ୍ମିଳନୀରେ ବିକଶିତ ଭାରତ କାର୍ଯ୍ୟକ୍ରମର ଆମ୍ବାସଡର ବନିବା ପାଇଁ ନୂଆ ଭୋଟରଙ୍କୁ ଉତ୍ସାହିତ କରାଯାଇଛି । ଯେଉଁମାନେ ଆମ୍ବାସଡର ବନିବାକୁ ଚାହିଁବେ ନମୋ ଆପ୍ ଇନଷ୍ଟଲ କରି ଆମ୍ବାସଡର ବନିପାରିବେ ।
ଅଧିକ ପଢ଼ନ୍ତୁ ଦେଶ ଖବର: