Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ, ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା

National

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ, ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା

Banajyotshna Ray
Browse all articles by Banajyotshna Ray
·2 years ago
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ, ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା

ଅର୍ଗସ ବ୍ୟୁରୋ:  ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ଭାରତ ତରଫରୁ ପାଲେଷ୍ଟାଇନକୁ ମାନବୀୟ ସହାୟତା ଦିଆଯାଇଛି । ଭାରତ ପାଲେ‌ଷ୍ଟାଇନ୍‌କୁ ଦ୍ୱିତୀୟ ବ୍ୟାଚ୍‌ ସହାୟତା ପଠାଇଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଏକ୍ସ୍‌’ ପୋଷ୍ଟ୍‌ରୁ ଜଣାପଡ଼ିଛି। ‘ଏକ୍ସ୍‌’ କରି ସେ ଲେଖିଛନ୍ତି, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ ଓଜନର ସହାୟତା ବହନ କରି ଭାରତୀୟ ବାୟୁସେନାର ଦ୍ବିତୀୟ ବିମାନ ‘ସି୧୭’ ଇଜିପ୍ଟର ଏଲ୍‌-ଏରିଶ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି। ଅକ୍ଟୋବର ୨୨ ତାରିଖ ଦିନ ଭାରତ ପାଲେଷ୍ଟାଇନ୍‌କୁ ମେଡିକାଲ୍‌ ଓ ବିପର୍ଯ୍ୟୟକାଳୀନ ରିଲିଫ୍‌ ସାମଗ୍ରୀର ପ୍ରଥମ ବ୍ୟାଚ୍‌ ପଠାଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAF C17 Aircraft Leaves With Humanitarian Aid From India For Palestinians | Argus English