Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତିନି ମାସରେ କୋଟିପତି, ଏବେ ଜେଲରେ

National

ତିନି ମାସରେ କୋଟିପତି, ଏବେ ଜେଲରେ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ତିନି ମାସରେ କୋଟିପତି, ଏବେ ଜେଲରେ

ଅର୍ଗସ ବ୍ୟୁରୋ:  ତିନି ମାସରେ ହେଲେ କୋଟିପତି। କିଛି କାମ ନକରି ବି ଦୁଇ ଜଣ ବ୍ୟକ୍ତି ତିନି ମାସ ଭିତରେ ୧ କୋଟି ଦୁଇ କି ତିନି କୋଟି ନୁହେଁ, ୬୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିପାରିଛନ୍ତି। ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଗୁଜୁରାଟରେ ରହୁଥିବା ଦୁଇ ଜଣ ଯୁବକ ଏମିତି କିଛି କାମ କରିଛନ୍ତି କି ଯାହା ମାତ୍ର ତିନି ମାସ ଭିତରେ ୬୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିସାରିଛନ୍ତି। ଆଉ ଏବେ ଏତେ ଟଙ୍କା ରୋଜଗାର କରି  ବର୍ତ୍ତମାନ ଏହି ଦୁଇ ଜଣ  ପୋଲିସ ଷ୍ଟେସନରେ ଅଛନ୍ତି।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୋଲିସ କାହିଁକି ତାଙ୍କୁ ଗିରଫ କଲା ? ତ କୁହାଯାଉଛି କି ଏହି ଦୁଇ ଜଣ ଏହି ଟଙ୍କା କୌଣସି ବିଜନେସ କି କୌଣସି ଏକ ନମ୍ୱରି କାମ କରିକି ନୁହେଁ, ବରଂ ଲୋକଙ୍କୁ ଠକି ଠକି ଜମା କରିଛନ୍ତି। ଏହି ଦୁଇ ଜଣ ଯୁବକ କଲେଜ ଡ୍ରପଆଉଟ ଷ୍ଟୁଡେଣ୍ଟ। ମୁମ୍ୱାଇ ପୋଲିସ ୩୩ ବର୍ଷୀୟ ରୁପେଷ ଠକ୍କର, ଏବଂ ୩୪ ବର୍ଷୀୟ ପଙ୍କଜଭାଇ ଗୋବର୍ଧନକୁ ଗିରଫ କରିଛନ୍ତି। ଏହି ଦୁଇ ଜଣଙ୍କୁ  ପୋଲିସ ଲୋକଙ୍କୁ ଠକୁଥିବା ଏବଂ ଟଙ୍କା ଲୁଟୁଥିବା କାରଣରୁ ଗିରଫ କରିଛି। ପୋଲିସର କହିବାନୁସାରେ, ଜଣେ ୧୯ ବର୍ଷୀୟ ଯୁବକଙ୍କ ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଏହି ଯୁବକଠୁ ଏହି ଦୁଇଜଣ ୨.୪୫ ଲକ୍ଷ ଟଙ୍କା ଠକିନେଇଥିଲେ।

ପୋଲିସ କହିବାନୁସାରେ,  ଦୁଇଜଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୧.୧ କୋଟି ଟଙ୍କା ଜବତ କରିଛି। ପରେ ଯେତେବେଳେ ପୋଲିସ ପଚରାଉଚରା କଲା ତେବେ ଜଣାପହିଲାଣି ଏହି ଦୁଇ ଜଣ ଆଉ ଅନେକଙ୍କୁ ଏପରି ଭାବରେ ଠକିଛନ୍ତି। ଏହିପରି ଭାବରେ ସବୁ ମିଶାଇ ୬୦ କୋଟି ଟଙ୍କା ଏକାଠି କରିଛନ୍ତି। ଏହି ଦୁଇଜଣ ତ ଏବେ ଧରାପଡିଯାଇଛନ୍ତି। କିନ୍ତୁ ପୋଲିସ ତାଙ୍କ ହେର୍ଡକୁ ଧରିପାରିନାହିଁ। କୁହାଯାଉଛି କି, ତାଙ୍କ ହେର୍ଡ ଲଣ୍ଡନରେ କେଉଁଠି ବସି ଏହି ଦୁଇ ଜଣଙ୍କୁ ଇଷ୍ଟ୍ରକନସନ ଦେଉଥିଲା। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
How two Gujarat college dropouts made Rs 60 crore in 90 days | Argus English