Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଥଣ୍ଡା ଦିନରେ କେମିତି ନିଜ ଶରୀରକୁ ରଖିବେ ସୁସ୍ଥ

National

ଥଣ୍ଡା ଦିନରେ କେମିତି ନିଜ ଶରୀରକୁ ରଖିବେ ସୁସ୍ଥ

Ritu Das
Browse all articles by Ritu Das
·2 years ago·2 min read
ଥଣ୍ଡା ଦିନରେ କେମିତି ନିଜ ଶରୀରକୁ ରଖିବେ ସୁସ୍ଥ

ଅର୍ଗସ ବ୍ୟୁରୋ: ଥଣ୍ଡା ଦିନରେ ଆପଣ କେତେବେଳେ ବି ବେମାର ହୋଇପାରନ୍ତି। ଏଥିପାଇଁ ଆପଣଙ୍କୁ ନିଜର ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆଉ ନିଜ ଡାଏଟ ପ୍ରତି ମଧ୍ୟ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏବେ ଏବେ ଥଣ୍ଡା ଅଧିକ ପଡ଼ିଲାଣି। ଏହାସହ ଚାରିଆଡେ ଥଣ୍ଡା ଏବଂ ସର୍ଦ୍ଦି ଭଳି ଭାଇରାଲ ଇନଫେକ୍ସନ ଭଳି ମାତ୍ରା ବଢ଼ିବାରେ ଲାଗିଛି। ପାଗ ପରିବର୍ତ୍ତନ ହେବା କାରଣରୁ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ଯଦି କାହାର ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି ଏବଂ ବାରମ୍ବାର ଦେହ ଅସୁସ୍ଥ ହେଉଛି ତାହାଲେ ଆମେ ଆପଣଙ୍କୁ କିଛି ସହଜ ଉପାୟ ବତାଇବୁ ଯଦ୍ବାରା ଆପଣ ସୁସ୍ଥ ରହିବେ। ଶୀତଦିନେ ସକାଳେ ପ୍ରତିଦିନ ଯେଗା ଏବଂ ପ୍ରାଣାୟାମ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେବେ ଇମ୍ୟୁନିଟି ବଢ଼ାଇବା ଲାଗି ଆପଣଙ୍କୁ ଆପଣଙ୍କ ଡାଏଟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ତେବେ ଡାଏଟରେ ଏହି ସବୁ ସାମିଲ କରନ୍ତୁ। 
ଅଦା-ରସୁଣ
ଅଦା-ରସୁଣ ଖାଇବାରେ ସାମିଲ କରିବା ଦ୍ବାରା ଆପଣଙ୍କ ଡିସର ସ୍ବାଦ ବଢ଼ିବା ସହ ଶରୀରକୁ ଥଣ୍ଡାର ମାତ୍ରା କମାଇଥାଏ। ଅଦାରସୁଣରେ ଆଣ୍ଟି ଭାଇରାଲ ଶକ୍ତି ଅଧିକ ରହିଛି। 
ଗୋଲମରିଚ 
ଗୋଲମରିଚ ଏକ ଷ୍ଟ୍ରଙ୍ଗ ମସଲା। ଏହାକୁ କଳା ମରିଚ ବୋଲି କୁହାଯାଏ। ଏଥିରେ ଔଷଧୀୟ ଗୁଣ ଭରପୁର ରହିଛି। ଖାଦ୍ୟରେ ଗୋଲମରିଚ ପଡ଼ିଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ଗୋଲମରିଚ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। 
ଲେମନଗ୍ରାସ
ଲେମନଗ୍ରାସ ଏକ ଛୋଟ ଗଛ ହୋଇଥାଏ। ଏଥିରେ ମଧ୍ୟ ଔଷଧୀୟ ମାତ୍ରା ଭରପୁର ରହିଛି। ଗଣ୍ଠି ଦରଜ ହେଲେ ପ୍ରାୟତଃ  ଏହି ଲେମନଗ୍ରାସକୁ ବ୍ୟବହାର କଲେ ଉପଶମ ମିଳିଥାଏ। ଏଥିରେ ଅନ୍ତର୍ନିହିତ ହର୍ବାଲ ଗୁଣ ଯୋଗୁ ଏହାକୁ ଡାଏଟରେ ସାମିଲ କରିବା ନିତାନ୍ତ ଜରୁରୀ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ। ଯାହା ବ୍ୟାକ୍ଟେରିଆ ଏବଂ ଇଷ୍ଟର ଗ୍ରୋଥକୁ କମାଇ କଫ ଜନିତ ସମସ୍ୟାରେ ଉପଶମ ଦେଇଥାଏ। ଏହାକ ସବୁବେଳେ ସେବନ କଲେ ଜ୍ବର ମଧ୍ୟ ହୋଇ ନ ଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।
ଖଟା ଫଳ/ସାଇଟ୍ରସ ଫ୍ରୁଟ
ଏମିତି ତ ସବୁ ଫଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। କାରଣ ଫଳରେ ଭିଟାମିନ ସି, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଏନଜାଇମରେ ଭରପୁର ହୋଇଥାଏ। ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଫଳ ସେବନ କରିବାଦ୍ବାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ। ଖଟା ଫଳ ସେବନ କରିବା ଦ୍ବାରା ଇମ୍ୟୁନିଟି ଖୁବ ଶୀଘ୍ର ବଢ଼ିଥାଏ। ସେହିପରି ସୁପ ଏବଂ ଓଟ ମିଲ ମଧ୍ୟ ଦେହ ପାଇଁ ଭାରି ଭଲ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to keep | Argus English