Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋବାଇଲ ହଜିଲେ ଆଉ ଚିନ୍ତା ନାହିଁ

National

ମୋବାଇଲ ହଜିଲେ ଆଉ ଚିନ୍ତା ନାହିଁ

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ମୋବାଇଲ ହଜିଲେ ଆଉ ଚିନ୍ତା ନାହିଁ

Key Points

 କେମିତି ମିଳିବ ହଜିଲା ମୋବାଇଲ?

 

ଅର୍ଗସ ବ୍ୟୁରୋ : ବର୍ତ୍ତମାନର ସମୟରେ ମୋବାଇଲର ବ୍ୟବହାର ବହୁଳ ମାତ୍ରାରେ ବଢିଚାଲିଛି। ଛୋଟପିଲାଠୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ମୋବାଇଲ ଅତି ଜରୁରୀ ହୋଇଥାଏ। ଅନେକ ଜରୁରୀ କାମ ମୋବାଇଲ ଦ୍ବାରା କମ ସମୟରେ କରିବା ସମ୍ଭବ ହୋଇଥାଏ। ଅନେକ ସମୟରେ କୌଣସି ସ୍ଥାନକୁ ଯିବା ସମୟରେ ଅଜାଣତରେ ମୋବାଇଲ ହଜିଯାଇଥାଏ। ଏହା ହଜିବା ସହ ସେଥିରେ ଥିବା ଲୋକମାନଙ୍କର ଅନେକ ଜରୁରୀ ତଥ୍ୟ ମଧ୍ୟ ହଜିଯାଇଥାଏ। କିନ୍ତୁ ଆଉ ସେପରି ଅସୁବିଧା ହେବନାହିଁ। ଯଦି ମୋବାଇଲ୍ ଏବେ ହଜିଯାଉଛି, ତେବେ ଆଉ ଟେନସନ ନେବା ଆବଶ୍ୟକ ନାହିଁ ।

ବର୍ତ୍ତମାନ ଏହାକୁ ଭାରତ ସରକାରଙ୍କ ସଞ୍ଚାର ସାଥି ପୋର୍ଟାଲ ମାଧ୍ୟମରେ ଚିହ୍ନଟ କରାଯାଇ ପାରିବ । ଯଦି ମୋବାଇଲ ଭାରତର କୈଣସି ସ୍ଥାନରେ ହଜିଯାଏ, ତେବେ ଏହାକୁ ସଞ୍ଚାର ସାଥି ପୋର୍ଟାଲ ମାଧ୍ୟମରେ ପାଇବା ସହଜ ହେବ । ଆଉ ପୋଲିସ ଷ୍ଟେସନ ପରିଦର୍ଶନ କରିବାକୁ ମଧ୍ୟ ପଡିବ ନାହିଁ । ଲୋକମାନେ ବାରମ୍ବାର ପୋଲିସ ଷ୍ଟେସନ ଦୌଡି ଦୌଡି ଯେଉଁ ନାହିଁ ନଥିବା ହଇରାଣ ହେଉଥିଲେ ଆଉ ତାହା ହେବାକୁ ପଡିବ ନାହିଁ। ଏହି ପୋର୍ଟାଲ୍ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ଉପଲବ୍ଧ ହେବ ।

ଏହି ପୋର୍ଟାଲର ବ୍ୟବହାର ସାଧାରଣ ଲୋକଙ୍କ ପାଇଁ ବହୁତ ସହଜ ରହିଛି । ହିନ୍ଦୀ, ଇଂରାଜୀ ବ୍ୟତୀତ ଏହା ଭାରତର ଅନ୍ୟ ଭାଷାରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଏହା ସହିତ, ହଜିଯାଇଥିବା ଫୋନର ଅବସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ । ଉଭୟ ସିମ୍ କାର୍ଡ ଏବଂ ଫୋନର ମୋବାଇଲ୍ ଅବରୋଧ କରାଯାଇ ପାରିବ । ଏହା ବ୍ୟତୀତ ପୋର୍ଟାଲ ମାଧ୍ୟମରେ ମୋବାଇଲ୍ ଡାଟା ପାଇଁ ଏକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
How to find lost mobile? | Argus English