Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କିପରି କରିବେ ସହଜରେ ରାମଲଲାଙ୍କ ଦର୍ଶନ . .. ଜାଣନ୍ତୁ ସବିଶେଷ ତଥ୍ୟ  

National

କିପରି କରିବେ ସହଜରେ ରାମଲଲାଙ୍କ ଦର୍ଶନ . .. ଜାଣନ୍ତୁ ସବିଶେଷ ତଥ୍ୟ  

Manini Pattanayak
Browse all articles by Manini Pattanayak
·2 years ago·2 min read
କିପରି  କରିବେ ସହଜରେ ରାମଲଲାଙ୍କ ଦର୍ଶନ . .. ଜାଣନ୍ତୁ ସବିଶେଷ ତଥ୍ୟ  

ନୂଆଦିଲ୍ଲୀ: ଅଯୋଦ୍ଧାରେ ବିରାଜମାନ ପ୍ରଭୁରାମ।  ଗର୍ଭଗୃହରେ ପ୍ରତିଷ୍ଠା ହୋଇଥିବା ଶ୍ରୀରାମଙ୍କ ସେହି ଲାବଣ୍ୟ ରୂପକୁ ଦର୍ଶନ କରିବାକୁ ଏବେ ଶ୍ରଦ୍ଧାଳୁଙ୍କ ଲାଗିଛି ପ୍ରବଳ ଭିଡ। ଆପଣଙ୍କର ବି ଇଚ୍ଛା ହେଉଥିବ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟ ରୂପକୁ ଟିକେ ଦର୍ଶନ କରନ୍ତି। କିନ୍ତୁ ମନରେ ଆସୁଥିବ ଯେ କିପରି ସହଜରେ ମନ୍ଦିରରେ ପ୍ରବେଶ କରି ଟିକେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବି।   ମନ୍ଦିରରେ କିପରି ପହଞ୍ଚିବେ ? କିପରି ଦର୍ଶନ କରିବେ ? ଏ ସମସ୍ତ ତଥ୍ୟ ଆପଣ ଏହି ପୋଷ୍ଠରୁ ପାଇପାରିବେ। ଏଥିରେ ସେ ସମସ୍ତ ସୂଚନା ଅଛି ଯାହା ରାମଙ୍କୁ ଦର୍ଶନ କରିବାରେ ଆପଣଙ୍କୁ ସାହାଯ୍ୟ କରିବ। 

ରାମ ମନ୍ଦିର କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ଖୋଲା ରହୁଛି ?    
ସକାଳ ୬ .୩୦ରୁ ଦ୍ୱିପ୍ରହର ୧୨. ଟା ପର୍ଯ୍ୟନ୍ତ ଖୋଲା ହେବାର ସମୟ 
ଅପରାହ୍ନ ୨.୩୦ ରୁ ରାତି ୧୦ଟା ପର୍ଯ୍ୟନ୍ତ  ଖୋଲା ରହିଥାଏ।
ମନ୍ଦିରରେ ଦର୍ଶନ କିପରି କରିବେ ?
ରାମ ମନ୍ଦିର ପରିସରରୁ ମୁଖ୍ୟ ପ୍ରବେଶ ଦ୍ୱାରର ଦୂରତା ପାଖାପାଖି ୨୦୦ ମିଟର । ଏହିଠାରୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ  ହ୍ୱିଲଚେୟାରର ସୁବିଧା ମଧ୍ୟ ରହିଛି। ଏହା ସମ୍ପୂର୍ଣ୍ଣ ନିଶୂଳ୍କ। 
ମନ୍ଦିରରେ ଆପଣଙ୍କୁ ସିଂହ ଦ୍ୱାର ଦେଇ 32 ପାହାଚ ସିଢି ଚଢି  ରାମ ମନ୍ଦିରରେ ପହଞ୍ଚିବାକୁ ପଡିବ । ଏହାପରେ  ଆପଣ ପାଞ୍ଚଟି ମଣ୍ଡପ ଅତିକ୍ରମ କଲା ପରେ ଗର୍ଭଗୃହରେ ରାମଲଲାଙ୍କ ଦର୍ଶନ ୩୦ ଫୁଟ୍‌ ଦୂରରେ ଥାଇ କରିପାରିବେ।  
 

ରାମଲଲାଙ୍କ ଆରତୀ ସମୟ ? 
ମଙ୍ଗଲ ଆରତୀ- ସକାଳ ୪ଟା ୩୦ ସମୟ
ଶୃଙ୍ଗାର ଆରତୀ- ସକାଳ ୬ଟା.୩୦ ରୁ ୭ ଟା ପର୍ଯ୍ୟନ୍ତ
ଭୋଗ ଆରତୀ-୧୧.ଟା ୩୦ରେ
ମଧ୍ୟାହ୍ନ ଆରତୀ- ଦ୍ୱିପ୍ରହର ୨.ଟା ୩୦ରେ
 ସନ୍ଧ୍ୟା ଆରତୀ-ସନ୍ଧ୍ୟା ୬ଟା୩୦ରେ 
ଶୟନ ଆରତୀ- ରାତି ୮ ଟା ୩୦ରୁ ୯ଟା ପର୍ଯ୍ୟନ୍ତ
ଶୃଙ୍ଗାର, ଭୋଗ ଏବଂ ସନ୍ଧ୍ୟା ଆରତୀରେ  ଭକ୍ତମାନେ ସାମିଲ ହୋଇପାରିବେ।
ଆରତୀରେ ସାମିଲ ହେବେ କିପରି? 
ଆରତୀରେ ଯୋଗଦେବା ପାଇଁ ଟ୍ରଷ୍ଟ  ସ୍ଥିର କରୁଛି। ଏବେ ଟ୍ରଷ୍ଟ ଦ୍ୱାରା ପାସ୍‌  ପ୍ରସ୍ତୁତ କରାଯାଉଛି।  ଅଫଲାଇନ୍‌ ପାସ ଶ୍ରୀରାମ ଜନ୍ମଭୂମି କ୍ୟାମ୍ପ ଅଫିସରୁ ମିଳୁଛି। ଏଥିପାଇଁ ଆଇଡି ପ୍ରୁଫ ବାଧ୍ୟତାମୂଳକ।

ଅଧିକ ଦେଖନ୍ତୁ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀରାମଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସାଦ ନେଇପାରିବେ କି ?
ହଁ ପ୍ରସାଦ ନେଇପାରିବେ।  ଭକ୍ତମାନେ ସ୍ୱତନ୍ତ୍ର ଅନୁମତି ସହିତ ଶାକାହାରୀ ଏବଂ ଶୁଦ୍ଧ ମିଠା ଏବଂ ଶୁଖିଲା ଫଳ ଇତ୍ୟାଦି ମଧ୍ୟ ନେଇପାରିବେ।  କିନ୍ତୁ ସୁରକ୍ଷା ଦୃଷ୍ଟିରୁ  ରାମଲଲାଙ୍କ ମନ୍ଦିରରେ ଭଗବାନଙ୍କୁ ଅର୍ପିତ କରିବା ପାଇଁ  ନଡିଆ, ଫୁଲ ହାର, ସିନ୍ଦୁର ଏବଂ ଅନ୍ୟାନ୍ୟ ଜିନିଶ ନେବାକୁ ବାରଣ କରାଯାଇଛି। 

ମନ୍ଦିର ଭିତରକୁ କେଉଁ ଜିନିଶ ନେବାକୁ ଅନୁମତି ?
ଭକ୍ତମାନେ ମନ୍ଦିର ଭିତରକୁ ଗଲାବେଳେ ସାଥିରେ କେବଳ  ଟଙ୍କା ଏବଂ ଚସମା ପରି ଜରୁରୀ ଜିନିଶ ହିଁ ନେଇପାରିବେ। ଅନ୍ୟ ବସ୍ତୁମାନ( ଫୋନ, ଚାର୍ଜର ଏବଂ ଅନ୍ୟାନ୍ୟ ଜିନିଶ)ଙ୍କୁ ରଖିବା ପାଇଁ ଲକରର ସୁବିଧା ରହିଛି। 

ଅଧିକ ପଢନ୍ତୁ ରାମକଥା ଖବର

Sponsored
How to easily visit Ramallah Ayodhya . .. know the details | Argus English