|
logo
Live

Argus News - ଦେଶରେ ପୁଣି କୋଭିଡ୍‌ ଭୟ, କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

National

ଦେଶରେ ପୁଣି କୋଭିଡ୍‌ ଭୟ, କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

Jitendra Dash
Browse all articles by Jitendra Dash
·2 years ago·2 min read
ଦେଶରେ ପୁଣି କୋଭିଡ୍‌ ଭୟ, କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ବସିବ ଉଚ୍ଚସ୍ତରୀୟ ବୈଠକ । ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । କେରଳରେ ସପ୍ତାହକ ମଧ୍ୟରେ ତିନି ଗୁଣା କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହେଲାଣି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର ।  ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କା । ଏଥିପାଇଁ ସବୁ ରାଜ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି । ସେପଟେ ଆବଶ୍ୟକ ପଡ଼ିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ । 

ଏବେ ବି ସର୍ଭେଲାନ୍ସ ଜାରି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର । ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଜିନୋମ ସିକ୍ବେନ୍ସ ପାଇଁ ପଠାଯିବ । ଜ୍ବର, ଥଣ୍ଡା ହେଲେ ଘରୁ ନ ବାହାରିବା ସହ ଲକ୍ଷଣ ଥିଲେ ପିକ୍‌ନିକ୍ ନ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ବିଜୟ ମହାପାତ୍ର । କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଟେଷ୍ଟ ପୁଣି ଆରମ୍ଭ କରିବା ସହ ମାକ୍ସ ପିନ୍ଧିବାକୁ ହେବ । 

ଅଧିକ ପଢନ୍ତୁ : କରୋନା ଲେଉଟାଣି, କେନ୍ଦ୍ର ସରକାରଙ୍କ ସତର୍କ ସୂଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୟସ୍କ ଓ ରୋଗୀମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ବୟସ୍କ ବ୍ୟକ୍ତି ମାସ୍କ ପିନ୍ଧିବାର ଆବଶ୍ୟକତା ରହିଛି । ଆଗକୁ ଖ୍ରୀଷ୍ଟମାସ୍, ନୂଆବର୍ଷ ଆସୁଥିବାରୁ ଗହଳିକୁ ଲକ୍ଷ୍ୟ ରଖି ସାବଧାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ପୂର୍ବରୁ କରୋନା ତାର କାୟ ଦେଖାଇ ସାରିଛି । ଲକ୍ଷ ଲକ୍ଷ ଜୀବନ ନେଇଛି । ଏବେ ବେଳରୁ ସାବଧାନ ନହେଲେ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

Sponsored
ଦେଶରେ ପୁଣି କୋଭିଡ୍‌ ଭୟ, କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ | Argus English