Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ, ନୂଆ କ୍ୟାପ୍ଟେନ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

National

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ, ନୂଆ କ୍ୟାପ୍ଟେନ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Jitendra Dash
Browse all articles by Jitendra Dash
·2 years ago
ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ, ନୂଆ କ୍ୟାପ୍ଟେନ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଅର୍ଗସ ବ୍ୟୁରୋ : ଗୋଟିଏ ଯୁଗର ଅନ୍ତ । ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତ ଶର୍ମା ଅଧିନାୟକ ଭାବେ ମୁମ୍ବାଇକୁ ୫ଟି ଟ୍ରଫି ଭେଟି ଦେଇଛନ୍ତି । ଆଇପିଏଲ ଆରମ୍ଭରୁ ୫ ବର୍ଷର ବିଫଳତା ପରେ ମୁମ୍ବାଇ ରୋହିତଙ୍କୁ ଦଳର ଅଧିନାୟକ କରିଥିଲା, ଏବଂ ସେବେଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ବଦଳି ଯାଇଥିଲା । 

ଅଧିକ ପଢନ୍ତୁ ଖେଳ ଖବର

ଚେନ୍ନାଇ ସହ ମିଳିତ ଭାବେ ସର୍ବାଧିକ ଥର ଆଇପିଏଲ ଟ୍ରେଫି ଉଠାଇଛି ମୁମ୍ବାଇ, ଏବଂ ୫ଟି ଯାକ ରୋହିତଙ୍କୁ ନେତୃତ୍ବରେ । ସେପଟେ ମୁମ୍ବାଇ ତାର ସୋସିଆଲ ମିଡିଆ ପେଜରେ ଏହି ଘୋଷଣା କରିବା ପରେ ଫ୍ୟାନ୍ସ ନାଖୁସ ଥିବା ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତ୍ତିକୁ ଅଧିକାଂଶ ପ୍ରଶଂସକ ନାପସନ୍ଦ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hardik takes over from Rohit as Mumbai Indians captain | Argus English