ଆଜି କୋରାପୁଟ ଗସ୍ତରେ ଆସୁଛନ୍ତି ମହାମହିମ ରାଜ୍ୟପାଳ
·2 years ago

ଅର୍ଗସ ବ୍ୟୁରୋ : ଆଜି କୋରାପୁଟ ଗସ୍ତରେ ଆସୁଛନ୍ତି ମହାମହିମ ରାଜ୍ୟପାଳ ରାଘୁବର ଦାସ। ଏଥିପାଇଁ ବୋରିଗୁମ୍ମା ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ବୋରିଗୁମ୍ମା ସ୍ଥିତ ଖିଆଲଗୁଡା ରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି କୁନି କୁନି ପିଲାଙ୍କ ସହିତ ଅଭିଭାବକ ଏବଂ ଅଙ୍ଗନବାଡି କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ପରେ ଖୁଡ଼ିଗୁଡା ସ୍ଥିତ PMAY ଗ୍ରାମୀଣ ଘର ବୁଲି ଦେଖିବେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିବେ।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ଖୋଲିଲା ମିଛ ବିକାଶ ପ୍ରାଚରର ପୋଲ
ସେହିପରି ଜୁଝାରି ଗ୍ରାମର ବିଜୁ କୃଷି ଗ୍ରାମୀଣ ଉଦ୍ୟାନ ବୁଲି ଦେଖିବେ ଏବଂ ସ୍ୱୟଂ ସହାୟକ ମହିଳାଙ୍କ ସହ ଆଲୋଚନା କରିବେ। ରାଜ୍ୟପାଳଙ୍କ ଗସ୍ତକୁ ନେଇ ଗ୍ରାମବାସୀ ବେସ ଖୁସି ଅନୁଭବ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: