ଲାକ୍ଷାଦ୍ବୀପ ପାଇଁ ସରକାରଙ୍କ ବଡ଼ ଯୋଜନା: ମିନିକୟ ଦ୍ବୀପରେ ହେବ ଏୟାରପୋର୍ଟ
·2 years ago

ଅର୍ଗସ ବ୍ୟୁରୋ: ମାଳଦ୍ବୀପ ସହ ବିବାଦ ଭିତରେ କେନ୍ଦ୍ର ସରକାର ଲକ୍ଷଦ୍ବୀପର ବିକାଶ ପାଇଁ କେତେକ ବଡ଼ ଯୋଜନା କରୁଛନ୍ତି। ଏବେ ମିନିକୟ ଦ୍ବୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ। ସରକାର ଆଜି ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ କରିଛନ୍ତି।
ସାମରିକ ଦୃଷ୍ଟିକୋଣରୁ ଏହି ବିମାନ ବନ୍ଦର ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଏହାର ଉପଯୋଗ ଆରବ ସାଗର ଏବଂ ଭାରତ ମହାସାଗର ଅଂଚଳରେ ନଜର ରଖିବା ଦିଗରେ ନିର୍ଣ୍ଣାୟକ ହେବ। ଏହା ସହିତ ଏହା ପର୍ଯ୍ୟଟନର ବିକାଶ ଦିଗରେ ମଧ୍ୟ ସହାୟକ ହେବ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: