Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୁସି ଖବର; ୟୁପିଆଇ କାରବାର ସୀମା 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି

National

ଖୁସି ଖବର; ୟୁପିଆଇ କାରବାର ସୀମା 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି

Smruti Parija
Browse all articles by Smruti Parija
·2 years ago·1 min read
ଖୁସି ଖବର;  ୟୁପିଆଇ କାରବାର ସୀମା 1 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି

ଅର୍ଗସ ବ୍ୟୁରୋ:  ଦେଶରେ UPI ୟୁଜର୍ସଙ୍କ ପାଇଁ ଖୁସି ଖବର । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡଆ UPI ପେମେଣ୍ଟ ଟ୍ରାନଜାକସନ୍ ର ପରିମାଣ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ଦେୟ ପାଇଁ ଆରବିଆଇ ୟୁପିଆଇ କାରବାର ସୀମାକୁ 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ତେବେ ଅନ୍ୟ କିଛି କ୍ଷେତ୍ରରେ UPI ପେମେଣ୍ଟ ଟ୍ରାନଜାକସନ୍ ସୀମା ପୂର୍ବପରି ୧ ଲକ୍ଷରେ ସୀମିତ ରହିଛି । 

ଆରବିଆଇ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ୍ ଦେଶର ମନିଟାରି ପଲିସି ସମ୍ବନ୍ଧିୟ ବୈଠକରେ ଏହି ଘୋଷଣା କରିଛନ୍ତି । ଏହା ସହିତ ଲଗାତାର ୫ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ ‌। ୬.୫%ରେ ରେପୋ ରେଟ ଅପରିବର୍ତ୍ତିତ ରହିବା ସହିତ  ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ୬.୨୫ % ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ରହିଥିବା ସୂଚନା ଦେଇଛନ୍ତି  ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । 

୬.୫% ରେ ଅପରିବର୍ତ୍ତିତ ରେପୋ ରେଟ୍‌
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good news for UPI users-upi-transaction-limit-hike-from-1-lakh-to-5-lakh | Argus English