Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜାମରୁ ଅଯୋଧ୍ୟା : ଶ୍ରୀରାମଙ୍କ ଦର୍ଶନ ପାଇଁ 1340 କିଲୋମିଟରର ପଦଯାତ୍ରା

National

ଗଞ୍ଜାମରୁ ଅଯୋଧ୍ୟା : ଶ୍ରୀରାମଙ୍କ ଦର୍ଶନ ପାଇଁ 1340 କିଲୋମିଟରର ପଦଯାତ୍ରା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଗଞ୍ଜାମରୁ ଅଯୋଧ୍ୟା : ଶ୍ରୀରାମଙ୍କ ଦର୍ଶନ ପାଇଁ 1340 କିଲୋମିଟରର ପଦଯାତ୍ରା

ଭଦ୍ରକ : ଗଞ୍ଜାମ ଜିଲ୍ଲା ଚାନ୍ଦପୁର ଗ୍ରାମ ଓ କନିଶି ଗ୍ରାମରେ ଡିସେମ୍ବର 30 ତାରିଖରୁ ବାହାରି  ଆଜି ଭଦ୍ରକ ପହଞ୍ଚିଛନ୍ତି ଦୁଇ ଜଣ ଯୁବକ। ସେହି ଦୁଇ ଜଣ ଯୁବକ ହେଲେ କୁରେଶ ବେହେରା ଓ ସନୁ ବିଶୋଇ । ସେ ଗତ ମାସ 30 ତାରିଖରୁ ଗଞ୍ଜାମରୁ ବାହାରି ଉତ୍ତରପ୍ରଦେଶ ଅଯୋଧ୍ୟା ଧାମକୁ ଯାତ୍ରା ଆରମ୍ଭ କରିଛନ୍ତି । ସେ ଲକ୍ଷ୍ୟ ରଖିଛନ୍ତି ଜାନୁୟାରୀ 22 ତାରିଖ ଦିନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଭାଗ ନେବେ ବୋଲି ।

ଅଧିକ ପଢନ୍ତୁ : ୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି

ଗଞ୍ଜାମରୁ ଅଯୋଧ୍ୟା 1340 କିଲୋମିଟର ପାଦରେ ଚାଲି କି ଯାଉଛନ୍ତି । ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଏହି ପଦଯାତ୍ରା କରୁଛନ୍ତି। ଆଜି ଭଦ୍ରକ ପହଞ୍ଚିବା ପରେ ତାଙ୍କୁ ଗୋ ରକ୍ଷକ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସେ ତ୍ରିସଲପୁର ମା ଦାଣ୍ଡ ବାସୁଳୀ ମନ୍ଦିର ଠାରେ ରାତ୍ରି ଯାପନ କରି ସକାଳୁ ସେ ବାଲେଶ୍ବର ଅଭିମୁଖେ ବାହାରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam to Ayodhya: 1340 km walk to see shreeram | Argus English