|
logo
Live

Argus News - 500 କୋଟି ଖର୍ଚ୍ଚରେ ପ୍ରତିଷ୍ଠା ହେଉଥିବା ପତଞ୍ଜଳି ଗୁରୁକୁଳମ ବିଶ୍ୱର ସର୍ବବୃହତ୍ତ ଗୁରୁକୂଳ

National

500 କୋଟି ଖର୍ଚ୍ଚରେ ପ୍ରତିଷ୍ଠା ହେଉଥିବା ପତଞ୍ଜଳି ଗୁରୁକୁଳମ ବିଶ୍ୱର ସର୍ବବୃହତ୍ତ ଗୁରୁକୂଳ

Banajyotshna Ray
Browse all articles by Banajyotshna Ray
·2 years ago·1 min read
500 କୋଟି ଖର୍ଚ୍ଚରେ ପ୍ରତିଷ୍ଠା ହେଉଥିବା ପତଞ୍ଜଳି ଗୁରୁକୁଳମ ବିଶ୍ୱର ସର୍ବବୃହତ୍ତ ଗୁରୁକୂଳ

ଅର୍ଗସ ବ୍ୟୁରୋ:  ପତଞ୍ଜଳି ଗୁରୁକୁଳମର ଶିଳାନ୍ୟାସ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। 500 କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହେଉଥିବା ପତଞ୍ଜଳି ଗୁରୁକୁଳମ ବିଶ୍ବର ସର୍ବବୃହତ୍ତ ଗୁରୁକୂଳ । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଲାଗି  ଆଗାମୀ ୫ ବର୍ଷରେ ୫ ହଜାର କୋଟି ଖର୍ଚ୍ଚ କରିବ ପତଞ୍ଜଳି। ଏହା ତୃତୀୟ କ୍ରାନ୍ତି ହେବ। ପ୍ରଥମେ ଯୋଗ ଓ ଆର୍ୟୁବେଦ ମାଧ୍ୟମରେ କ୍ରାନ୍ତି ଆଣିଥିଲା ପତଞ୍ଜଳି ଗ୍ରୁପ ।  ଦ୍ବିତୀୟରେ ସ୍ବଦେଶୀ କ୍ରାନ୍ତି। ଅନ୍ତର୍ଜାତୀୟ କମ୍ପାନୀ ଗୁଡିକୁ ମାତ୍ ଦେବାକୁ ଅନ୍ତର୍ଜାତୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରୁଛି ପତଞ୍ଜଳି ଗ୍ରୁପ।

ଏବେ ହରିଦ୍ବାର ହେବ ବିଶ୍ବରେ ଶିକ୍ଷାର ବଡ କେନ୍ଦ୍ର । ପତଞ୍ଜଳି ଗୁରୁକୁଳମରେ ପାଖାପାଖି ୧୫ ଶହ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ବ୍ୟବସ୍ଥା ରହିବ।  ସେହିପରି ଆଚାର୍ଯ୍ୟକୁଳମରେ ପାଖାପାଖି ୫ ହଜାର ପିଲାଙ୍କୁ  ଡେ ବୋଡିଂର ଲାଭ ମିଳିବ। ଆଧୁନିକ ମହର୍ଷି ଦୟାନନ୍ଦ ଅତିଥି ଭବନ ନିର୍ମାଣ ପାଇଁ ଯୋଜନା ରହିଛି। ଯେଉଁଠି ୯୮ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କୁ ମିଳିବ ଶତପ୍ରତିଶତ ସ୍କଲାରସିପ୍। ଖର୍ଚ୍ଚ ହେବାକୁ ଥିବା  ୫୦୦ କୋଟି ମଧ୍ୟରୁ ଅଢେଇଶହ କୋଟିରେ ପତଞ୍ଜଳି ଗୁରୁକୂଳମ ଏବଂ ବାକି ୨୫୦ କୋଟିରେ ସ୍ବାମୀ ଦର୍ଶନାନନ୍ଦ ଗୁରୁକୂଳ ମହାବିଦ୍ୟାଳୟର ନିର୍ମାଣ ହେବ।

ଏଠାରେ ବେଦ, ଦର୍ଶନ, ଉପନିଷେଦ ସହ ପାଞ୍ଚଟି ଭାଷାରେ ଶିକ୍ଷାଦାନ କରାଯିବ।  ଏଠାରେ ୯୮ ପ୍ରତିଶତ ମାର୍କ ରଖିଥିବା ଛାତ୍ରଙ୍କୁ ଶତପ୍ରତିଶତ ସ୍କଲାରସିପ୍ ମିଳିବ। ସେହିପରି ୯୦ ପ୍ରତିଶତ ରଖିଥିବା ପିଲାଙ୍କୁ ବାର୍ଷିକ ୨୫ ହଜାର, ୮୦ ପ୍ରତିଶତ ରଖିଥିଲେ ୫୦  ହଜାର, ୭୫ ପ୍ରତିଶତ ମାର୍କ ରଖିଥିଲେ ବାର୍ଷିକ ୭୫ ହଜାର ଟଙ୍କା ଦେବାକୁ ପଡିବ। ଏହାଠୁ କମ୍ ମାର୍କ ରଖିଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
500 କୋଟି ଖର୍ଚ୍ଚରେ ପ୍ରତିଷ୍ଠା ହେଉଥିବା ପତଞ୍ଜଳି ଗୁରୁକୁଳମ ବିଶ୍ୱର ସର୍ବବୃହତ୍ତ ଗୁରୁକୂଳ | Argus English