୩୫୦ ଟଙ୍କା ନ ଦେବାରୁ ନାବାଳକଙ୍କ ଛାତିକୁ ୧୦୦ ଥର ଭୂଷି ହତ୍ୟା କଲେ ନାବାଳକ

ଅର୍ଗସ ବ୍ୟୁରୋ: ଦିଲ୍ଲୀର ସ୍ବାଗତ ଅଞ୍ଚଳରେ ହୃଦୟ ବିଦାରକ ଘଟଣା ଘଟିଛି। ୩୫୦ ଟଙ୍କା ନ ଦେବାରୁ ନାବାଳକଙ୍କ ଛାତିରେ 100 ଥର ଛୁରି ଭୂଷି ହତ୍ୟା କରିଛନ୍ତି ଯୁବକ। ଅଭିଯୁକ୍ତଙ୍କୁ ଟଙ୍କା ନ ଦେଇ ସେ ମୃତ ନାବାଳକଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ, ନାବାଳକଙ୍କୁ ସମସ୍ତଙ୍କ ସାମ୍ନାରେ ଛୁରିରେ ଆକ୍ରମଣ କରିଥିଲେ।
ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ମୃତକଙ୍କ ବେକକୁ 100 ଥର ଆକ୍ରମଣ କରିଛି। ଏହାପରେ ସେ ମରିଛନ୍ତି କି ନାହିଁ ଦେଖିବାପାଇଁ ମୁଁ ତାଙ୍କୁ ମୁଣ୍ଡରେ ବଡେଇଥିଲେ। ଏହାପରେ ସେ ଚାରିପାଖକୁ ଦେଖିବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାରି ସାରିବା ପରେ ମୃତଦେହ ନିକଟରେ ଛୁରି ଧରି ନାଚୁଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ଏହାପରେ ମୃତଦେହକୁ ଅଭିଯୁକ୍ତ ଜଣକ ୨୦ରୁ ୨୫ ମିଟର ପର୍ଯ୍ୟନ୍ତ ଘୋଷାଡିକି ନେବାର ନେଖଶଯାଇଛି। ବୁଧବାର ସକାଳେ ସମ୍ବେଦନଶୀଳ ଘଟଣା ଘଟାଇଥିବା ସନ୍ଦେହରେ ଦିଲ୍ଲୀ ପୋଲିସ ଉକ୍ତ ନାବାଳକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହିଭଳି ହତ୍ୟା ଦେଖି ଲୋକମାନେ ପୁରା ଭୟଭୀତ ହୋଇପଡ଼ିଛନ୍ତି। କିଛି ପୁରୁଣା ଶତ୍ରୁତାକୁ ନେଇ ଏଭଳି ହତ୍ୟା କରାଯାଇଥିବା ସ୍ଥାନୀୟବାସୀ ସନ୍ଦେହ କରିଛନ୍ତି।
ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ପ୍ରଚୁର ମଦ୍ୟପାନ କରିଥିଲେ। ଉଭୟ ଦୈନିକ ମଜୁରୀ ଶ୍ରମିକ। ଏହି ମାମଲାରେ ମୃତ ନାବାଳକ ଜାଫରବାଦର ବାସୀନ୍ଦା ବୋଲି ଜଣାପଡ଼ିଛି। ସେ ତାଙ୍କ ମା'ଙ୍କ ସହ ରହୁଥିଲେ। ଉଭୟ ଘର କାମରେ ମା'ଙ୍କୁ ସାହାଯ୍ୟ କରୁଥିଲେ। ତେବେ ହତ୍ୟା କରିଥିବା ନାବାଳକଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ହୋମରେ ରଖି ପଚରାଉଚରା ଜାରି ରଖିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର
