FASTag Fail at Toll Plaza / ଟୋଲ୍ ପ୍ଲାଜାରେ କାମ କରୁନାହିଁ କି ଫାସଟ୍ୟାଗ୍? କ'ଣ କହିଲା NHAI
·1 hour ago·3 min read

Key Points
କ୍ଷତିଗ୍ରସ୍ତ FASTags ଟୋଲ୍ ପ୍ଲାଜା ଠାରେ ସ୍କାନିଂ କରିବା ସମୟରେ ବେଳେ ବେଳେ ବିଫଳ ହୋଇଥାଏ। ସମୟରେ ସମୟରେ ଏହାକୁ ଗାଡ଼ି ଚାଳକ ବଦଳାବାର ଆବଶ୍ୟକତା ରହିଛି।
NHAI Suggestion for FASTag Fail: ଯଦି ଆପଣଙ୍କ ପାଖରେ ଏକ ସକ୍ରିୟ "ଫାସଟ୍ୟାଗ୍" (FASTag) ଥିବା ସତ୍ତ୍ୱେ ଯଦି ଆପଣ ଟୋଲ୍ ପ୍ଲାଜା (Toll Plaza) ରେ ବାରମ୍ବାର ସମସ୍ୟାର ସାମ୍ନା କରୁଛନ୍ତି, ତାହେଲେ ଏହି ଅସୁବିଧା ପାଇଁ ଟୋଲ୍ ସିଷ୍ଟମ୍ (Toll System) ନୁହେଁ, ବରଂ ଆପଣଙ୍କ FASTag ଦାୟୀ ହୋଇପାରେ। ଏହି ସମସ୍ୟାାର ସମାଧାନ କରିବାକୁ ଯାଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏକ ପରାମର୍ଶ ଦେଇଛି। ଯେଉଁଥିରେ କୁହାଯାଇଛି ଯେ କ୍ଷତିଗ୍ରସ୍ତ କିମ୍ବା ଭାଙ୍ଗିରୁଜି ଯାଇଥିବା FASTags ପାଇଁ ଯାଞ୍ଚ (Scan) ବିଫଳ ହୋଇଥାଏ। ଯେଉଁଥିପାଇଁ ଟୋଲ୍ ବୁଥ୍ ଠାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ।
NHAI କହିବା ଅନୁଯାୟୀ, ପ୍ରତିଦିନ ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ ଆସିବା ଯୋଗୁଁ FASTag କ୍ଷତିଗ୍ରସ୍ତ ହୋଇଥାଏ। ଯାହା ଟୋଲ୍ ପ୍ଲାଜାରେ ସ୍ଥାପିତ "ସ୍କାନର" (Scanner) ସହିତ "ଟ୍ୟାଗ୍" (FASTag) ର ଯୋଗାଯୋଗ କ୍ଷମତାକୁ ପ୍ରଭାବିତ କରେ।
କାହିଁକି କ୍ଷତିଗ୍ରସ୍ତ ହୋଇଯାଏ FASTag?
NHAI, FASTag ଖରାପ ହେବା ପଛରେ ତିନୋଟି ମୁଖ୍ୟ କାରଣ ରହିଥିବା ଦର୍ଶାଇଛି। ତାହା ହେଉଛି...
ବାରମ୍ବାର "ୱିଣ୍ଡସିଲ୍ଡ" (Windshield) ସଫା କରିବା: "ୱିଣ୍ଡସିଲ୍ଡ" ସଫା କରିବା ସମୟରେ ଏହାକୁ ଅତ୍ୟଧିକ ଘଷିବା କିମ୍ବା ଘଷିବା ମାଜିବା ଭଳି ଶୈଳୀରେ ସଫା କରିବା ଦ୍ୱାରା ଏହାର "Embedded RFID Chip" କୁ କ୍ଷତି ପହଞ୍ଚାଇଥାଏ।
ଯଦି FASTag ଗରମ, ଧୂଳି, ବର୍ଷା ଆଦି ପାଗ ସଂସ୍ପର୍ଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ ତାହାଲେ ଏହା ଦୁର୍ବଳ ହୋଇଯାଏ।
ପୁରୁଣା FASTags: "ଫାସଟ୍ୟାଗ୍" (FASTag) ସାଧାରଣତଃ ସମୟ ସହିତ ଖରାପ ହୋଇଯାଏ। ବିଶେଷକରି ଯଦି କୌଣସି "ଫାସଟ୍ୟାଗ୍" ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଥାଏ।
ଏହା ସହ ପଢନ୍ତୁ: ଫେଲ୍ ମାରୁଛି ବାଧାହୀନ ଟୋଲ୍ ପ୍ଲାଜା ବ୍ୟବସ୍ଥା; ଟୋଲ୍ ଫାଙ୍କୁଛନ୍ତି ଚାଳକ
ଆପଣ କେବେ FASTag ବଦଳାଇବା ଆବଶ୍ୟକ?
ଆବଶକୀୟ ସମୟରେ ଗାଡ଼ି ଚାଳକଙ୍କୁ FASTag ବଦଳାଇବାକୁ ପରାମର୍ଶ ଦିଆଯାଉଛି...
ଯଦି FASTag ୫ ବର୍ଷରୁ ଅଧିକ ପୁରୁଣା ତାହାଲେ ଏହାକୁ ବଦଳାଇଦେବା ଆବଶ୍ୟକ।
ଯଦି ଆପଣ ବାରମ୍ବାର FASTag Scan କରିବା ସମୟରେ ବିଫଳ ହେଉଛନ୍ତି କିମ୍ବା ଟୋଲ୍ ପ୍ଲାଜା ଠାରେ ବିଳମ୍ବର ସାମ୍ନା କରୁଛନ୍ତି।
ଏକ ତ୍ରୁଟିପୂର୍ଣ୍ଣ FASTag ସୁଗମ ଯାତ୍ରାକୁ ବାଧିତ କରିପାରେ। ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାରେ (Bank Account) ଯଦି ପର୍ଯ୍ୟାପ୍ତ ପରିମାଣରେ ଜମାରାଶି (Account Balance) ଉପଲବ୍ଧ ଥାଏ ତାହେଲେ ମଧ୍ୟ ଟୋଲ୍ ପ୍ଲାଜା ଠାରେ ଅନାବଶ୍ୟକ ଭାବରେ ଅଟକିବାକୁ ପଡ଼ିପାରେ।
ଏହା ସହ ପଢନ୍ତୁ: ଏଣିକି ଟୋଲପ୍ଲା୍ଜା ରେ ଲାଗିବ ନାହିଁ ଜାମ୍! ଦିଲ୍ଲୀ-ଏନସିଆର ଅଞ୍ଚଳରେ ବ୍ୟାରିୟର ବିହୀନ ଟୋଲ୍ ବ୍ୟବସ୍ଥା ଲାଗୁ
ଗାଡ଼ି ଚାଳକ କ'ଣ କରିବା ଆବଶ୍ୟକ?
ଯଦି FASTag ବ୍ୟବହାର କରିବାରେ କୌଣସି ଅସୁବିଧା ହେଉଛି, ତାହେଲେ ଯେଉଁ ବ୍ୟାଙ୍କ ପକ୍ଷରୁ ଏହାକୁ ଜାରି କରାଯାଇଥିଲା ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି NHAI। ତ୍ରୁଟିପୂର୍ଣ୍ଣ FASTag ବଦଳାଇ ଏକ ନୂଆ FASTag ନେବାକୁ ପରାମର୍ଶ ଦିଆଯାଇଛି। ଏକ କ୍ଷତିଗ୍ରସ୍ତ FASTag ବଦଳାଇବା ଦ୍ୱାରା ଶୀଘ୍ର "ଟୋଲ୍ ପାସେଜ୍" (Toll Passage) ସୁନିଶ୍ଚିତ ହୋଇଥାଏ। ଯାହା ଦ୍ୱାରା ଟୋଲ୍ ଠାରେ ହେଉଥିବା ଅଯଥା ଗହଳି ହ୍ରାସ ପାଇଥାଏ।
ବାଧା-ବିହୀନ ଟୋଲିଂ ଏବଂ MLFF System ଧିରେ ଧିରେ ରାଜପଥରେ ପ୍ରଚଳନ କରାଯିବା ସହିତ, ଏକ କାର୍ଯ୍ୟକ୍ଷମ ଫାସଟ୍ୟାଗ୍ (Active FASTag) ବଜାୟ ରଖିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି। ଯଦି ଆପଣଙ୍କ FASTag ସଠିକ୍ ଭାବରେ "ସ୍କାନ" (Scan) କରୁନାହିଁ, ତାହେଲେ ଏହାକୁ ଯଥାଶୀଘ୍ର ବଦଳାଇବା ଗାଡ଼ି ଚାଳକଙ୍କ ସମୟ ବଞ୍ଚାଇ ପାରିବ ଏବଂ ସେମାନଙ୍କ ଅସୁବିଧାକୁ ଏଡାଇ ଦେଇପାରିବ। ଯାହା ରାଜପଥରେ ଏକ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବ।

Are you facing FASTag scanning issues at Toll Plazas? Your FASTag could be damaged causing delays at Toll Plazas. Contact your issuer bank today and get your FASTag replaced.@NHAI_Official @MORTHIndia pic.twitter.com/hdqCoARVp1
— FASTagOfficial (@fastagofficial) May 4, 2026
କାହିଁକି କ୍ଷତିଗ୍ରସ୍ତ ହୋଇଯାଏ FASTag?
NHAI, FASTag ଖରାପ ହେବା ପଛରେ ତିନୋଟି ମୁଖ୍ୟ କାରଣ ରହିଥିବା ଦର୍ଶାଇଛି। ତାହା ହେଉଛି...
ବାରମ୍ବାର "ୱିଣ୍ଡସିଲ୍ଡ" (Windshield) ସଫା କରିବା: "ୱିଣ୍ଡସିଲ୍ଡ" ସଫା କରିବା ସମୟରେ ଏହାକୁ ଅତ୍ୟଧିକ ଘଷିବା କିମ୍ବା ଘଷିବା ମାଜିବା ଭଳି ଶୈଳୀରେ ସଫା କରିବା ଦ୍ୱାରା ଏହାର "Embedded RFID Chip" କୁ କ୍ଷତି ପହଞ୍ଚାଇଥାଏ।
ଯଦି FASTag ଗରମ, ଧୂଳି, ବର୍ଷା ଆଦି ପାଗ ସଂସ୍ପର୍ଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ ତାହାଲେ ଏହା ଦୁର୍ବଳ ହୋଇଯାଏ।
ପୁରୁଣା FASTags: "ଫାସଟ୍ୟାଗ୍" (FASTag) ସାଧାରଣତଃ ସମୟ ସହିତ ଖରାପ ହୋଇଯାଏ। ବିଶେଷକରି ଯଦି କୌଣସି "ଫାସଟ୍ୟାଗ୍" ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଥାଏ।
ଏହା ସହ ପଢନ୍ତୁ: ଫେଲ୍ ମାରୁଛି ବାଧାହୀନ ଟୋଲ୍ ପ୍ଲାଜା ବ୍ୟବସ୍ଥା; ଟୋଲ୍ ଫାଙ୍କୁଛନ୍ତି ଚାଳକ
ଆପଣ କେବେ FASTag ବଦଳାଇବା ଆବଶ୍ୟକ?
ଆବଶକୀୟ ସମୟରେ ଗାଡ଼ି ଚାଳକଙ୍କୁ FASTag ବଦଳାଇବାକୁ ପରାମର୍ଶ ଦିଆଯାଉଛି...
ଯଦି FASTag ୫ ବର୍ଷରୁ ଅଧିକ ପୁରୁଣା ତାହାଲେ ଏହାକୁ ବଦଳାଇଦେବା ଆବଶ୍ୟକ।
ଯଦି ଆପଣ ବାରମ୍ବାର FASTag Scan କରିବା ସମୟରେ ବିଫଳ ହେଉଛନ୍ତି କିମ୍ବା ଟୋଲ୍ ପ୍ଲାଜା ଠାରେ ବିଳମ୍ବର ସାମ୍ନା କରୁଛନ୍ତି।
ଏକ ତ୍ରୁଟିପୂର୍ଣ୍ଣ FASTag ସୁଗମ ଯାତ୍ରାକୁ ବାଧିତ କରିପାରେ। ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାରେ (Bank Account) ଯଦି ପର୍ଯ୍ୟାପ୍ତ ପରିମାଣରେ ଜମାରାଶି (Account Balance) ଉପଲବ୍ଧ ଥାଏ ତାହେଲେ ମଧ୍ୟ ଟୋଲ୍ ପ୍ଲାଜା ଠାରେ ଅନାବଶ୍ୟକ ଭାବରେ ଅଟକିବାକୁ ପଡ଼ିପାରେ।
ଏହା ସହ ପଢନ୍ତୁ: ଏଣିକି ଟୋଲପ୍ଲା୍ଜା ରେ ଲାଗିବ ନାହିଁ ଜାମ୍! ଦିଲ୍ଲୀ-ଏନସିଆର ଅଞ୍ଚଳରେ ବ୍ୟାରିୟର ବିହୀନ ଟୋଲ୍ ବ୍ୟବସ୍ଥା ଲାଗୁ
ଗାଡ଼ି ଚାଳକ କ'ଣ କରିବା ଆବଶ୍ୟକ?
ଯଦି FASTag ବ୍ୟବହାର କରିବାରେ କୌଣସି ଅସୁବିଧା ହେଉଛି, ତାହେଲେ ଯେଉଁ ବ୍ୟାଙ୍କ ପକ୍ଷରୁ ଏହାକୁ ଜାରି କରାଯାଇଥିଲା ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି NHAI। ତ୍ରୁଟିପୂର୍ଣ୍ଣ FASTag ବଦଳାଇ ଏକ ନୂଆ FASTag ନେବାକୁ ପରାମର୍ଶ ଦିଆଯାଇଛି। ଏକ କ୍ଷତିଗ୍ରସ୍ତ FASTag ବଦଳାଇବା ଦ୍ୱାରା ଶୀଘ୍ର "ଟୋଲ୍ ପାସେଜ୍" (Toll Passage) ସୁନିଶ୍ଚିତ ହୋଇଥାଏ। ଯାହା ଦ୍ୱାରା ଟୋଲ୍ ଠାରେ ହେଉଥିବା ଅଯଥା ଗହଳି ହ୍ରାସ ପାଇଥାଏ।
ବାଧା-ବିହୀନ ଟୋଲିଂ ଏବଂ MLFF System ଧିରେ ଧିରେ ରାଜପଥରେ ପ୍ରଚଳନ କରାଯିବା ସହିତ, ଏକ କାର୍ଯ୍ୟକ୍ଷମ ଫାସଟ୍ୟାଗ୍ (Active FASTag) ବଜାୟ ରଖିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି। ଯଦି ଆପଣଙ୍କ FASTag ସଠିକ୍ ଭାବରେ "ସ୍କାନ" (Scan) କରୁନାହିଁ, ତାହେଲେ ଏହାକୁ ଯଥାଶୀଘ୍ର ବଦଳାଇବା ଗାଡ଼ି ଚାଳକଙ୍କ ସମୟ ବଞ୍ଚାଇ ପାରିବ ଏବଂ ସେମାନଙ୍କ ଅସୁବିଧାକୁ ଏଡାଇ ଦେଇପାରିବ। ଯାହା ରାଜପଥରେ ଏକ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
FASTag not working at toll plazaNHAI FASTag rules 2026Faulty FASTag scanner toll plaza ruleFASTag blacklisted low balance solutionWhat to do if FASTag fails to scanNHAI guidelines for non-functional FASTagFree passage rule at toll plaza IndiaFASTag 10 second waiting rule NHAIHow to check FASTag status onlineDouble toll tax penalty for FASTag failure