ତାମିଲନାଡ଼ୁରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ସୃଷ୍ଟି

ଅର୍ଗସ ବ୍ୟୁରୋ: ତାମିଲନାଡୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ତାମିଲନାଡ଼ୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତିରୁନେଲଭେଲି, ଟେଙ୍କାସି, ତୁତିକୋରିନ, ନାଗରକୋଏଲ ଓ କନ୍ୟାକୁମାରୀ ସମେତ ଦକ୍ଷିଣ ତାମିଲନାଡୁର ଅନେକ ସହର, ସଡ଼କ ଏବଂ ରାଜପଥ ଜଳମଗ୍ନ ହୋଇଯାଇଛି। ଆବାସିକ ଅଞ୍ଚଳ ଓ ରାସ୍ତାଘାଟରେ ବନ୍ୟା ଜଳ ପ୍ରବାହିତ ହେବାରୁ ଅନେକ ଘରେ ପାଣି ପଶିବାରୁ ଲୋକେ ଜଳବନ୍ଦୀ ଅଛନ୍ତି। ଥେନିସ୍ଥିତ ବୈଗାଇ ନଦୀରେ ଜଳସ୍ତର ବଢ଼ୁଥିବାରୁ ମଦୁରାଇ, ଡିଣ୍ଡିଗୁଲ୍, ଶିବଗଙ୍ଗା ଓ ରାମନାଥପୁରମ୍ ଜିଲ୍ଲାରେ ବନ୍ୟା ସତର୍କତା ଜାରି କରାଯାଇଛି।
ବର୍ଷା ଓ ବନ୍ୟା ଯୋଗୁ ଅନେକ ଟ୍ରେନ୍ ବାତିଲ ହୋଇଛି। ବଢ଼ିପାଣିରେ ଘର ଭାଙ୍ଗିଯିବାରୁ ତିରୁନେଲଭେଲି ସହରରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତୁତିକୁରିନ ଜିଲ୍ଲାର କୟାଲପଟ୍ଟିନମ୍ଠାରେ ଗତ ୨୪ ଘଣ୍ଟାରେ ୯୩ ସେମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ତିରୁନେଲଭେଲିର ସିବାଲାପେରୀରେ ଅନେକ ଦୁଇମହଲା ଘରର ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: