ଆଜି ଉତକ୍ଷେପଣ ହେବ ଏକ୍ସପୋସ୍ୟାଟ୍ ସାଟେଲାଇଟ୍

ନୂଆଦିଲ୍ଲୀ: ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ଆଜି ସକାଳ 9ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ ଏକ୍ସପୋସ୍ୟାଟ୍ ସାଟେଲାଇଟ୍। ପ୍ରଥମ ଥର ପାଇଁ ଇସ୍ରୋ ଏପରି ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି, ଯାହା ବ୍ରହ୍ମାଣ୍ଡର ରହସ୍ୟ ଭେଦ କରିବା ଲକ୍ଷରେ ଅନ୍ତରୀକ୍ଷ ଯିବ ।
ଉତକ୍ଷେପଣର ପ୍ରାୟ ୨୨ମିନିଟ୍ ପରେ ଏକ୍ସପୋସ୍ୟାଟ୍ ସାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ। ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର 50ଟି ଉଜ୍ଜ୍ୱଳ ଉତ୍ସର ଫଟୋଚିତ୍ର ପଟାଇବା ସହ ଅଧ୍ୟୟନ କରିବ। ଆକାଶଗଙ୍ଗା, ରେଡିଏସନ୍, ପଲସର୍, ବ୍ଲାକହୋଲ୍ସ ପରି ଉତ୍ସ ବିଷୟରେ ଉଚ୍ଚସ୍ତରୀୟ ବଗେଷଣା ପାଇଁ ଇସ୍ରୋ ପକ୍ଷରୁ ଏହି ସାଟେଲାଇଟ ଲଞ୍ଚ କରାଯିବ । ଏହି ଉପଗ୍ରହକୁ 650 କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ । ଏହି ମିଶନ୍ ୨୦୧୭ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା। ମିଶନରେ ୯ କୋଟି ୫୦ ଲକ୍ଷ ଟଙ୍କା ନିବେଶ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର