ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି, ସରକାରୀ ବାସଭବନ ଖାଲି କଲେ ମହୁଆ ମୈତ୍ର
·2 years ago

ନୂଆଦିଲ୍ଲୀ: ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି । ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ଘର ଛାଡ଼ିବାକୁ ସରକାର ତୃତୀୟ ଥର ନୋଟିଏ ଜାରି କରିବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ ।
ତେବେ ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟରୁ ଆଶ୍ବସ୍ତି ନ ମିଳିବାରୁ ବାଧ୍ୟ ହୋଇ ଘର ଛାଡ଼ିଛନ୍ତି ମହୁଆ ମୈତ୍ର । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କୁ ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ପରେ ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ ଜାରି କରିଥିଲେ ସରକାର ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: