Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 5 ରାଜ୍ୟର ବୁଥ୍ ବାହୁଡା ମତ

National

5 ରାଜ୍ୟର ବୁଥ୍ ବାହୁଡା ମତ

Smruti Parija
Browse all articles by Smruti Parija
·2 years ago·2 min read
5 ରାଜ୍ୟର ବୁଥ୍ ବାହୁଡା ମତ

ଅର୍ଗସ ବ୍ୟୁରୋ:  ସାମ୍ନାକୁ ଆସିଛି 5 ରାଜ୍ୟର ବୁଥ୍ ବାହୁଡ଼ା ମତ ।  ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପିକୁ ମିଳିପାରେ ସଂଖ୍ୟାଗରିଷ୍ଠତା । ତେବେ ଛତିଶଗଡ଼ରେ ବିଜେପିର ପୂର୍ବର ସ୍ଥିତିରେ ଭଲ ସୁଧାର ହେବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ନେଇ ପୂର୍ବାନୁମାନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ। ତେଲେଙ୍ଗାନାରେ କଂଗ୍ରେସ ଓ ବିଆରଏସ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ଏକଜିଟ୍ ପୋଲ ପୂର୍ବାନୁମାନରୁ ଜଣାପଡ଼ିଛି । ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । 

ରାଜସ୍ଥାନରେ ଜନକୀ ବାତ୍ ର ଏକଜିଟ୍ ପୋଲ ଅନୁଯାୟୀ ବିଜେପିକୁ 100 ରୁ 122 ଟି ଆସନ ମିଳିପାରେ । କଂଗ୍ରେସକୁ 62 ରୁ 85 ଟି ଆସନ ମିଳିପାରେ । ଟାଇମ୍ସ ନାଓର ସର୍ଭେ ଅନୁଯାୟୀ ବିଜେପି ରାଜସ୍ଥାନରେ ପାଇବ 110 ରୁ 128 ଟି ଆସନ। କଂଗ୍ରେସ ସପକ୍ଷରେ ଯାଇପାରେ 56 ରୁ 72 ଟି ଆସନ । ଟିଭି ନାଇନ୍ ପୋଲ୍ ଷ୍ଟାର୍ଟର ଆକଳନ ଅନୁଯାୟୀ ବିଜପି 100 ରୁ 110 ଏବଂ କଂଗ୍ରେସ 90 ରୁ 100 ଟି ଆସନ ପାଇପାରେ ବୋଲି କୁହାଯାଇଛି । 

ସେହିପରି ଇଣ୍ଡିଆ ଟିଭି ସିଏନଏକ୍ସର ଏକଜିଟ୍ ପୋଲ ଅନୁଯାୟୀ ରାଜସ୍ଥାନରେ ବିଜେପି ହାସଲ କରିପାରେ 111 ଆସନ । ଯତେବେଳେ କି କଂଗ୍ରେସ 74 ଟି ଆସନ ପାଇବା ନେଇ ପୂର୍ବାନୁମାନ କରିଛି ଇଣ୍ଡିଆ ଟିଭି ସିଏନଏକ୍ସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ମଧ୍ୟପ୍ରଦେଶରେ ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁଯାୟୀ ବିଜେପି 106 ରୁ 116 ଏବଂ କଂଗ୍ରେସ 111 ରୁ 121 ଟି ଆସନ ପାଇପାରେ । ଜି ନ୍ୟୁଜ୍ ସିଏନଏକ୍ସର ସର୍ଭେ କହୁଛି ଏମପିରେ ବିଜେପି 118 ରୁ 130 ଏବଂ କଂଗ୍ରେସ 97 ରୁ 107 ଆସନ ହାସଲ କରିପାରନ୍ତି ।

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
exit-poll-of-five-states | Argus English