|
logo
Live

Argus News - ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

National

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

Jitendra Dash
Browse all articles by Jitendra Dash
·2 years ago
ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ଅର୍ଗସ ବ୍ୟୁରୋ :  ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ । ମରଣୋତ୍ତର ସମ୍ମାନ ଘୋଷଣା କଲେ କେନ୍ଦ୍ର ସରକାର । ଆସନ୍ତାକାଲି କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀ ଥିବା ବେଳେ ଏହା ପୂର୍ବରୁ ଭାରତରତ୍ନ ସମ୍ମାନ ଘୋଷଣା କରିଛନ୍ତି ମୋଦି ସରକାର । ବିହାରର ୨ ଥର ମୁଖ୍ୟମନ୍ତ୍ରୀ ଥିବା କର୍ପୂରୀ ଠାକୁର ଜନ ନାୟକ ଭାବେ ଜଣାଶୁଣା । 

ବିହାରର ଦଳିତ ବର୍ଗଙ୍କ ପାଇଁ ସେ ଅନେକ ସମୟରେ ସ୍ବର ଉତ୍ତୋଳନ କରିଛନ୍ତି । ସେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେବା ପାଇଁ ସ୍ନାତକ କଲେଜ ଛାଡ଼ିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବାରୁ ସେ ୨୬ ମାସ ଜେଲରେ ରହିଥିହିଲେ। ଭାରତରତ୍ନ ସମ୍ମାନ ମିଳିବା ପରେ ଟ୍ବିଟ୍‌ କରି ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ | Argus English