Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମ ମନ୍ଦିର ଉଦଘାଟନ ଅବସରରେ ହେବ ବଡ ବ୍ୟବସାୟ 

National

ରାମ ମନ୍ଦିର ଉଦଘାଟନ ଅବସରରେ ହେବ ବଡ ବ୍ୟବସାୟ 

Manini Pattanayak
Browse all articles by Manini Pattanayak
·2 years ago·2 min read
ରାମ ମନ୍ଦିର ଉଦଘାଟନ ଅବସରରେ ହେବ ବଡ ବ୍ୟବସାୟ 

ନୂଆଦିଲ୍ଲୀ:  ଅଯୋଦ୍ଧାରେ ରାମଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଦିନ ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ସେତିକି ବଢିଚାଲିଛି।  ଜାନୁଆରି ୨୨ ରେ ଶେଷ ହେବ ବହୁବର୍ଷର ଅପେକ୍ଷା। ସସସ୍ତ ସାଧୁଶନ୍ଥଙ୍କ ଆଶା ଓ ଅଭିଳାଶ ହେବ ପୁରଣ।  ଅଯୋଧ୍ୟାରେ ବିରାଜମାନ କରିବେ ପ୍ରଭୁ ରାମ ।  ଅଯୋଧ୍ୟାକୁ ଦେଶ ବିଦେଶରୁ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି।  ପ୍ରଭୁ ରାମଙ୍କ ଆଗମନରେ କିଣାବିକା ମଧ୍ୟ ଧୁମ ଧାମରେ  ଚାଲିଲାଣି।  ମୂର୍ତ୍ତି ଏବଂ ପୂଜା ସାମଗ୍ରୀର ଡିମାଣ୍ଡ ମଧ୍ୟ ବଢିବାରେ ଲାଗିଛି।  ଏବଠୁ  ରମମନ୍ଦିର ସହ ଜଡିତ  ବସ୍ତୁମାନଙ୍କର ମୂଲ୍ୟ  ବଢିବାରେ ଲାଗିଛି।  ଏହି ସମାରୋହରେ ସାରା ଦେଶରେ ୫୦ ହଜାର କୋଟି ଟଙ୍କାର କାରବାର ହେବାର  ଆକାଳନ କରାଯାଇଛି।  ନାଗପୁରରେ ହୋଇଥିବା ଅଲ ଇଣ୍ଡିଆ ବ୍ୟବସାୟୀଙ୍କ ବୈଠକରେ ଏହାର  ସୂଚନା ଦିଆଯାଇଛି।  ଏବେଠୁ ମଧ୍ୟ  ମୂର୍ତ୍ତି ଏବଂ ପୂଜା ସାମଗ୍ରୀର ପ୍ରଚୁର କିଣାବିକା ଚାଲିଲାଣି।  

ରାମ ମନ୍ଦିର ଉଦଘାଟନ ଅବସରରେ ପୂଜା ପାଠ ସମ୍ବନ୍ଧିତ ଏକ ବଡ ବ୍ୟବସାୟ ଆସର ଜମିକ ଯାହାଦ୍ୱାରା ଦେଶକୁ ପ୍ରଚୁର ଲାଭ ମିଳିବ।   ଯେତିକି ଯେତିକି ୨୨  ଜାନୁଆରୀ ପାଖେଇ ଆସୁଛି  ସେହିପରି  ପୂଜା ପାଇଁ ଆବଶ୍ୟକ  ସାମଗ୍ରୀ ବଢହତ  ଆକାରରେ  କିଣାବିକା ହେବାରେ ଲାଗିଛି।  ଏପରିକି କିଛି ଲୋକ ନିଜର  ପାରମ୍ପରିକ  ବ୍ୟବସାୟୀରେ ମଧ୍ୟ ଡିମାଣ୍ଡରେ  ଥିବା ପୂଜା ସମଗ୍ରୀକୁ  ମିସାଇଛନ୍ତି। ବିଶେଷକରି ରାମ ମନ୍ଦିରର ମଡେଲ ଯେକୌଣସି ବ୍ୟକ୍ତି କିଣିକି  ନେଇ ନିଜ ଘରେ ରଖିବାକୁ ଇଚ୍ଛୁକ। ଏହି ମଡେଲ ବଜାରରେ ୪ ଇଞ୍ଚି, ୬ ଇଞ୍ଚି, ୮ ଇଞ୍ଚି,  ଏବଂ ୧୨ ଇଞ୍ଚି ର ଉପଲ୍ବଧ ଅଛି। ଏହାଠାରୁ ବଡ ସାଇଜ୍‌ର ମଡେଲ ମଧ୍ୟ ବଜାରରକୁ ଆସୁଛି।  ରାମ ମନ୍ଦିର ଏବଂ ରାମ ଦରବାରର ଚିତ୍ର  ସହିତ ଅନ୍ୟ ଦେବାଦେବୀଙ୍କ ମୂର୍ତ୍ତି ନେବା ପାଇଁ ଭାରି ଡିମାଣ୍ଡ।  ତେବେ  ଏବେ ଅପେକ୍ଷା  ଜାନୁଆରୀ ୨୨ ତାରିଖକୁ । ଅଯୋଧ୍ୟା ହୋଇ ଉଠିବ ରାମମୟ।  ପ୍ରକମ୍ପିତ ହେବ  ଶ୍ରୀରାମ ଧ୍ୱନିରେ। 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Confederation of All India Traders (CAIT) has estimated that business worth Rs 50,000 crore will be generated in the country following the inauguration of the Ram temple at Ayodhya in January. | Argus English