|
logo
Live

Argus News - ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି

National

ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି

ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ ଗଣତି। ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶରେ ବିଜେପି ୧୪ଟି ଆସନରେ ଓ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୨୧ଟିରେ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୧୫ଟିରେ ଓ କଂଗ୍ରେସ ୧୫ଟି ଆସନରେ ରହିଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ୧୦ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ଆଗକୁ ଭୋଟ ଗଣତି ଜାରି ରହିବା ସହିତ ଭୋଟ ବ୍ୟବଧାନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

 

Sponsored
ଚାଲିଛି ଭୋଟ ଗଣତି, ଦୁଇଟି ସ୍ଥାନରେ ଆଗରେ ଚାଲିଛି ବିଜେପି | Argus English