Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫଳ ବିକାଳିରୁ କୋଟିପତି...

National

ଫଳ ବିକାଳିରୁ କୋଟିପତି...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଫଳ ବିକାଳିରୁ କୋଟିପତି...

ଅର୍ଗସ ବ୍ୟୁରୋ:  ମୁଁ କେବେ ଭାବିନଥିଲି। କି ମୋର ବି କେବେ କୋଟି କୋଟ ସମ୍ପତ୍ତି ହେବ। ଆଉ ମୁଁ ବି ଜଣେ ଧନୀ ବ୍ୟକ୍ତିଙ୍କ ସହ ସମାନ ହୋଇପାରିବ। ମୁଁ ସାଧାଣ ଫଳ ଦୋକାନୀଟିଏ। ଏତେ ବଡ ସ୍ୱପ୍ନ ଦେଖିବା ମୋ ପାଇଁ ପାପ। ହେଲେ ଯାହା କେବେ ଭାବିନଥିଲି ତାହା ଆଜି ସତ ହୋଇଛି। ଜଣେ ୮୮ ବର୍ଷୀୟ ବୃଦ୍ଧ ନିଜ ସବୁ ସମ୍ପତ୍ତି ଜଣେ ଫଳ ବିକାଳି ନାଁରେ କରିଦେଲେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ଏହା ସତ। ଏଭଳି ଘଟଣା ଘଟିଛି ଚୀନରେ । ବୃଦ୍ଧଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ ବି କୋର୍ଟ କିନ୍ତୁ ବୃଦ୍ଧଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ସହ ଫଳ ବିକାଳିକୁ ସବୁ ସମ୍ପତ୍ତିର ହକଦାର ବୋଲି ନିଷ୍ପତ୍ତି ଶୁଣାଇଲେ । 
ଫଳ ବିକାଳିର ନାଁ ହେଉଛି ଲିୟୁ ।

ବୃଦ୍ଧ ହେଉଛନ୍ତି ୟାହା ମା । ବୃଦ୍ଧ ଜଣକ ଏକାକି ରହୁଥିଲେ । ଦିନେ ଫଳ ବିକାଳି ସହ ତାଙ୍କର କଥା ବାର୍ତ୍ତା ହେବା ସହ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଧିରେ ଧିରେ ସମ୍ପର୍କ ଘନିଷ୍ଠ ହେବାକୁ ଲାଗିଲା । ଫଳ ବିକାଳି ଲିୟୁ ବୃଦ୍ଧଙ୍କର ଯତ୍ନ ନେବାକୁ ଲାଗିଲେ । ଏହାପରେ ପରିବାର ସହ ଆସି ସେଠାରେ ରହିବା ସହ ୟାହା ମାଙ୍କର ସବୁ ଦାୟିତ୍ୱ ନେଲେ । ଏଥିରେ ସନ୍ତୁଷ୍ଟ ହୋଇ ବୃଦ୍ଧ ଜଣକ ନିଜର ସବୁ ସମ୍ପତ୍ତି ଲିୟୁଙ୍କ ନାଁରେ ୱିଲ କରିଦେଲେ ।

ହେଲେ ଏସମସ୍ତ ଘଟଣା ବୃଦ୍ଧଙ୍କ ସମ୍ପର୍କୀୟ କିଛି ଜାଣିନଥିଲେ। ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଏ ଘଟଣାକୁ ଗ୍ରହଣ କରିନଥିଲେ । ବରଂ ବୃଦ୍ଧ ୟାହା ମା ନିଜ ମାନସିକ ଅସ୍ଥିରତା ଯୋଗୁଁ ଏଭଳି କରିଛନ୍ତି ବୋଲି ଯୁକ୍ତି କରିଥିଲେ । ଏବଂ କୋର୍ଟର ଦ୍ୱାରସ୍ଥ ହେଲେ । କୋର୍ଟ କିନ୍ତୁ ବୃଦ୍ଧଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିବା ସହ ଫଳ ବିକାଳିକୁ ସବୁ ସମ୍ପତ୍ତିର ହକଦାର ବୋଲି ନିଷ୍ପତ୍ତି ଶୁଣାଇଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Sponsored
Elderly man 88 leaves crores of property flat to caring fruit seller relatives court order tstsh | Argus English