41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜୋରଦାର ଚାଲିଛି ଅଭିଯାନ
ଅର୍ଗସ ବ୍ୟୁରୋ: 11 ଦିନ ହେଲା। ଝୁଲି ରହିଛି 41 ଜଣ ଶ୍ରମିକଙ୍କ ଭାଗ୍ୟ। ଉତ୍ତରାଖଣ୍ଡ ଉତ୍ତରକାଶୀରେ ଭୁଶୁଡ଼ିଥିବା ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ୟମ ପାଇଁ ଅହରହ ଚାଲିଛି ଉଦ୍ୟମ। ରାତି ଦିନ ଚାଲିଛି ରେସକ୍ୟୁ ଅପରେସନ। ଏବେ ଏହି ଅଭିଯାନରେ ମିଳିଛି ବଡ଼ ସଫଳତା। ସୈନିକଙ୍କ ପାଖରେ ପହଞ୍ଚିବା ପାଇଁ 45 ମିଟର ଯାଏଁ ଖୋଳା ସରିଲାଣି ସୁଡ଼ଙ୍ଗ। 800mm ପାଇପ୍ ଭର୍ତ୍ତି କରାଯାଇଛି। ଦମଦାର ମେସିନ୍ ସହାୟତାରେ ଜାରି ରହିଛି ଡ୍ରିଲିଂ। ଉପରପଟୁ ମଧ୍ୟ ଖୋଳା ଆରମ୍ଭ ହୋଇଛି । ଟନେଲ୍ ପାଖରେ ଆମ୍ବୁଲଆନ୍ସ ଆଣି ରଖାଯାଇଛି। ଏଣୁ ଆଉ କିଛି ଘଣ୍ଟା ଭିତରେ ଦୁର୍ଘଟଣାସ୍ଥଳରୁ ବଡ଼ ଖବର ଆସିବାର ଅନୁମାନ କରାଯାଉଛି । ଖୁବ୍ ଶୀଘ୍ର ରେସକ୍ୟୁ ମିଶନରେ ସଫଳତା ମିଳିବ। ଫସିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ଉପଦେଷ୍ଟା ଭାସ୍କର କୁଲବେ।
ଦୁର୍ଘଟଣା ସ୍ଥଳରୁ ଉଦ୍ଧାର ଅଭିଯାନ ସମ୍ପର୍କରେ ଲଗାତାର ଅପଡେଟ୍ ଖବର ଦେଉଛି ଅର୍ଗସ୍ ଟିମ୍। ୬ ବ୍ୟାସର ପାଇପ୍ ମାଧ୍ୟମରେ ଶ୍ରମିକଙ୍କ ପାଖକୁ ଦୁଇ ଦିନ ହେଲା ଖାଦ୍ୟ ଓ ପାନୀୟ ପଠାଯାଉଛି। ଏଥିସହ ମଙ୍ଗଳବାର ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ପ୍ରଥମ ଥର ପାଇଁ 10 ଦିନ ପରେ ସାମ୍ନାକୁ ଆସିଥିଲା ଫସିଥିବା ଶ୍ରମିକଙ୍କ ଭିଡିଓ। ଶ୍ରମିକମାନେ ସୁରକ୍ଷିତ ଥିବା ଜାଣି ଏବେ ଆଶ୍ବସ୍ତ ହୋଇଛନ୍ତି ପରିଜନ। ଆମ ଓଡ଼ିଶାରୁ ମଧ୍ୟ 5 ଜଣ ଶ୍ରମିକ ଅଛନ୍ତି। ସେମାନେ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ।
ସେପଟେ ଉତ୍ତରକାଶୀର ଏହି ଦୁର୍ଘଟଣା ପରେ ସତର୍କ ହୋଇଛି ଜାତୀୟ ରାଜପଥ ପ୍ରାଧିକରଣ। ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ 29ଟି ଟନେଲର ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି ଏନଏଚଏଆଇ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର