Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀରରେ ଶାରଦା ମନ୍ଦିରରେ ଦୀପାବଳି ପୂଜା 

National

 ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀରରେ ଶାରଦା ମନ୍ଦିରରେ ଦୀପାବଳି ପୂଜା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀରରେ ଶାରଦା ମନ୍ଦିରରେ ଦୀପାବଳି ପୂଜା 

ନୂଆଦିଲ୍ଲୀ:  ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ହେଲା ଦୀପାବଳି ପୂଜା । ଏହି ମନ୍ଦିର ପାକିସ୍ତାନ ଦଖଲ କରିଥିବା କାଶ୍ମୀରରେ ଅବସ୍ଥିତ । ଏଠାରେ ତୀର୍ଥଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ଗତ ବର୍ଷ ପୂଜା କରାଯାଇଥିଲା ।

ଅଧିକ ପଢନ୍ତୁ: ମାତା ବୈଷ୍ଣୋ ଦେବୀଙ୍କ ପୂଜାର୍ଚ୍ଚନା କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେବେ ୭୫ ବର୍ଷ ପରେ ଦୀପାବଳୀ ଅପସରରେ ଏଠାରେ ପୂଜା ହୋଇଥିବା କହିଛନ୍ତି ଶାରଦା ସମିତିର ମୁଖ୍ୟ ତଥା ପ୍ରତିଷ୍ଠାତା ରବୀନ୍ଦର ପଣ୍ଡିତା । ଶାରଦା ପୀଠ ହେଉଛି ମା' ସରସ୍ବତୀଙ୍କ କାଶ୍ମୀରୀ ନାମ । ଟିଟୱାଲ ଗାଁଠାରୁ ଏହା ୪୦ କିଲୋମିଟର ଦୂରରେ ରହିଛି । ଏହି ମନ୍ଦିରର ନବୀକରଣ କରାଯିବା ସହ ଚଳିତ ବର୍ଷ ମାର୍ଚ ୨୩ରେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭାଜନ ପୂର୍ବରୁ ମନ୍ଦିର ଯେଉଁଠି ରହିଥିଲା ଠିକ ସେହି ସ୍ଥାନରେ ସମାନ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି । ନବରାତ୍ରୀ ସମୟରେ ଅମିତ ଶାହ ଏହାରେ ପୂଜା କରିବା ସହ ଏହି ମନ୍ଦିର ଉପତ୍ୟକାରେ ଶାନ୍ତି ଫେରାଇବାର ପ୍ରତୀକ ବୋଲି କହିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Argus Whatsapp Channel Mobile Top
Sponsored
After 75 years, Deepavali Puja was held at Sharda Temple in Kupwara, Jammu and Kashmir | Argus English