ପରିବାର ସହ କଥା ହେଲେ ଟନେଲରେ ଫସିଥିବା ଓଡିଆ ଶ୍ରମିକ ଧିରେନ
·2 years ago·1 min read

ମୟୂରଭଞ୍ଜ: ଉତ୍ତରକାଶୀ ସିଲ୍କୟାରା ଟନେଲରୁ ଉଦ୍ଧାର ଅଭିଯାନ ଜାରି । ଗତ 12 ତାରିଖରୁ ଟନେଲ ଭିତରେ ଫସି ରହିଛନ୍ତି 5 ଓଡ଼ିଆଙ୍କ ସମେତ 41 ଶ୍ରମିକ । 2 ସପ୍ତାହ ପରେ ପ୍ରଥମଥର ପାଇଁ ଟନେଲରେ ଫସିଥିବା ମୟୂରଭଞ୍ଜର ଶ୍ରମିକ ଧିରେନ ନାଏକ ନିଜ ପତ୍ନୀଙ୍କ ସହ ଫୋନରେ କଥା ହୋଇଛନ୍ତି । ଗତ ସନ୍ଧ୍ୟାରେ ଟନେଲ ଭିତରକୁ ଏକ ମୋବାଇଲ ପହଞ୍ଚାଇଥିଲେ ଉଦ୍ଧାରକାରୀ ଦଳ ।
ସେହି ମୋବାଇଲରୁ ପରିବାର ଲୋକଙ୍କ ସହିତ ସିଧାସଳଖ କଥା ହୋଇଛନ୍ତି ଧିରେନ । ଟନେଲ ଭିତରେ ସମସ୍ତେ ଭଲ ଅଛନ୍ତି ହେଲେ ଉଦ୍ଧାର ହେବାକୁ ଆହୁରି ୩ ରୁ ୪ ଦିନ ଲାଗିବ ବୋଲି ଜଣାଇଥିଲେ ଧିରେନ । ପରିବାରକୁ ଚିନ୍ତା ନକରି ଭଲରେ ରହିବାକୁ ଆଶ୍ବାସନା ମଧ୍ୟ ଦେଇଥିଲେ । ଧିରେନ ନାଏକଙ୍କ ଘର ବାଙ୍ଗିରିପୋଷୀ ଥାନା ବେଢାକୁଦର ଗାଁରେ । ସ୍ବାମୀଙ୍କ ସହ ସିଧାସଳଖ ଫୋନରେ କଥା ହେବା ପରେ ଆନନ୍ଦିତ ହୋଇଛନ୍ତି ପତ୍ନୀ ଫୁଲସରୀ ନାଏକ ଏବଂ ପରିବାର ଲୋକେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: