Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

National

ଓଡ଼ିଶାରେ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାରେ ରେଡ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଶହଶହ କୋଟି ଟଙ୍କା ରେଡ ହେଉଛି । ଯୁଆଡେ ଦେଖିବେ ସିଆଡେ ପୁଳାପୁଳା ଟଙ୍କା ବାହାରୁଛି । ଗଣିଗଣି ହାତ ଦରଜ ହୋଇଗଲାଣି, ଏବେ ମେସିନରେ ଚାଲିଛି ଜବତ ଟଙ୍କାର ଗଣତି । କଂଗ୍ରେସ ସହ ବିଜେଡିର ମନ୍ତ୍ରୀ ଏବଂ ବିଧାୟକଙ୍କର ଲିଙ୍କକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଟଙ୍କା ଜବତ ହେବା ଖବର ମତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ବଲାଙ୍ଗିରରେ ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି ? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେବଳ ଏତିକି ନୁହେଁ ବରଂ ଓଡ଼ିଶା ସମେତ ଦେଶର ଜନସାଧାରଣ #ModiKiGuarantee ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ତେବେ ଏଟଙ୍କା ଯଦି ସାଧାରଣ ଲୋକଙ୍କର ହୋଇଥିବ ତାହାଲେ ନିଶ୍ଚିତ ଫେରାଯିବ ଏହାହେଉଛି ମୋଦିଙ୍କର ପ୍ରତିଶ୍ରୁତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଏପଟେ ମଦ ବେପାରୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କର ସିବିଆଇ ଯାଞ୍ଚ ଦାବି କରିଛି ବିଜେପି । ନିର୍ବାଚନ ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀ ପାଖରେ ଟଙ୍କା ରଖିଥିଲା କି ବିଜେଡି ? ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏତେ ଟଙ୍କାର ସାମ୍ରାଜ୍ୟ ପଛରେ କାହାର ପ୍ରୋତ୍ସାହନ ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? ସାହୁ ବ୍ରଦର୍ସଙ୍କୁ କେମିତି ବାରମ୍ବାର ମିଳୁଥିଲା ମଦ ଲାଇସେନ୍ସ ? ବିଜେଡି ନେତାଠୁ ଅଫିସର ଯାଏ ମାସିକିଆ ଚାନ୍ଦା ନେଉଥିବା ଚର୍ଚ୍ଚା । ଲାଲ୍ ଡାଏରୀ ମିଳିବା ପରେ ଏବେ ନେତାଙ୍କ ଆଖିରୁ ନିଦ ହଜିଥିବା ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Education Next Season 5
Sponsored
Dharmendra reacts | Argus English