|
logo
Live

Argus News - ଗୁମର ଖୋଲିବା ଭୟରେ ପିଏମଶ୍ରୀକୁ ରାଜି ନୁହନ୍ତି ନବୀନ !

National

ଗୁମର ଖୋଲିବା ଭୟରେ ପିଏମଶ୍ରୀକୁ ରାଜି ନୁହନ୍ତି ନବୀନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଗୁମର ଖୋଲିବା ଭୟରେ ପିଏମଶ୍ରୀକୁ ରାଜି ନୁହନ୍ତି ନବୀନ !

Key Points

 

  • ପିଲା ମୁର୍ଖ ହେଲେ ନବୀନ ବାବୁ ଖୁସି
  • ଯୁବକ ଦାଦନ ଗଲେ ତାମିଲବାବୁ ଖୁସି
  • ତାଙ୍କ ରାଜ୍ୟର ବିକାଶ ହେଉ, ଓଡ଼ିଆ ଏଇଠି ଖଟିକୁ ମରୁ

ଅର୍ଗସ ବ୍ୟୁରୋ:  ଓଡ଼ିଶାର ପିଲା ଯଦି ଭଲରେ ପଢିବେ ତେବେ ତାମିଲନାଡୁରେ ଯାଇ ଦାଦନ ଇଟା ବୋହିବ କିଏ ? ଧାନ କାଟିବ କିଏ ? ଇଞ୍ଜିନ ସଜାଡିବ କିଏ ? ହେଲେ ହଠାତ୍‌ ଆମେ ଏ କଥା କାହିଁକି କହିଲୁ ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କଲେ ବୁଝିପାରିବେ ।

ପିଲାମାନେ କେମିତି ଭଲରେ ପାଠ ପଢିବେ ସେନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମ୍ ଶ୍ରୀ ଯୋଜନା । ଯାହାଦ୍ଵାରା ପିଲାମାନେ ଭଲରେ ପଢିପାରିବେ, ଦେଖିଥିବା ସ୍ଵପ୍ନ ପୂରଣ କରିପାରିବେ । ହେଲେ ଏ ନବୀନ ସରକାର ଏଯାଏଁ ଚୁକ୍ତି ସ୍ଵାକ୍ଷରିତ କରିନାହିଁ । ଥରେ କି ଦୁଇଥର ନୁହେଁ ବରଂ ତିନିତିନି ଥର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ଏଯାଏଁ ଜାଣିଶୁଣି ସ୍ଵାକ୍ଷରିତ କରୁନାହାନ୍ତି ନବୀନ ବାବୁ ।

ବିଜେଡି ସରକାର ଫାଇଭ-ଟି ସ୍କୁଲ୍ ରୁପାନ୍ତୀକରଣର ଅସଲ ଚିତ୍ର ପିଏମ୍‌ଶ୍ରୀ ଲାଗୁ ହେଲେ ଖୋଲିଯିବ ଏକଥା ଭଲରେ ଜାଣିସାରିଛନ୍ତି ନବୀନ ବାବୁ । ବୋଧହୁଏ ସେଇଥି ଲାଗି କେନ୍ଦ୍ର ସହ ଚୁକ୍ତି ସ୍ୱାକ୍ଷର କରୁନାହାଁନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଓଡ଼ିଶାରୁ ନିର୍ବାଚିତ ନହୋଇଥିଲେ ବି ପ୍ରତିଟି ଓଡିଆ କେମିତି ବଡ ଲୋକ ହେବ ? କେମିତି ସୁନ୍ଦର ଭବିଷ୍ୟତ ଗଢିବ ସେନେଇ ପ୍ରତି ମୁହୂର୍ତ୍ତରେ ଚିନ୍ତା କରୁଛନ୍ତି ଧର୍ମେନ୍ଦ୍ର । ହେଲେ ଏଠାକାର ଅପାରଗ ସ୍ଥାଣୁ ସରକାର କେବଳ ନିଜ ଯୋଜନାର ଡିଡିମ୍ବ ପିଟୁଛି ସତ ହେଲେ ସତ କଣ ତାହା ଜଳଜଳ ହୋଇ ଦିଶୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍‌ଶ୍ରୀରେ ବ୍ୟବସ୍ଥା ରହିଛି । ଚୁକ୍ତି ସ୍ୱାକ୍ଷରିତ କରିଥିବା ରାଜ୍ୟଠାରୁ ସ୍କୁଲ୍ ତାଲିକା ପାଇବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁଦାନ ଦେବେ । ତେଣୁ ଏହାକୁ ତୁରନ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରମ୍ବାର ନବୀନଙ୍କୁ ଅନୁରୋଧ କରୁଛନ୍ତି ହେଲେ ଚେଇଁ ଶୋଇଥିବା ପରି ଅଭିନୟ କରୁଛନ୍ତି ନବୀନ ବାବୁ ।

ପୂର୍ବରୁ ପିଏମ୍ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଷ୍ଟିକର ମାରିବା ଓ ରାସନ ଚାଉଳକୁ ନିଜ ଚାଉଳ କହି କେନ୍ଦ୍ର ଯୋଜନାକୁ ହାଇଜାକ୍ କରିବାକୁ ଚେଷ୍ଟା କରିଥିଲା ରାଜ୍ୟ । ତେବେ ଛାତ୍ରଛାତ୍ରୀଙ୍କ ହିତ ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ଶ୍ରୀ ଲାଗୁ କରିବାକୁ କୁଣ୍ଠାବୋଧ କାହିଁକି ? 
 

Sponsored
ଗୁମର ଖୋଲିବା ଭୟରେ ପିଏମଶ୍ରୀକୁ ରାଜି ନୁହନ୍ତି ନବୀନ ! | Argus English