ଇଡିରେ ହାଜର ହେବେନି କେଜ୍ରିୱାଲ୍

Key Points
- ଦୁର୍ନୀତିରେ ଉବୁଟୁବୁ ଆପ
- ଇଡିର ସମନକୁ ବି ଖାତିର ନାହିଁ
- ଇଡିରେ ହାଜର ହେବାକୁ ସମୟ ନାହିଁ
- କିନ୍ତୁ ଦଳୀୟ ପ୍ରଚାର ପାଇଁ ସମୟ ଅଛି
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ ହୋଇଥିଲା । ଆଜି ଦିନ ୧୧ଟା ବେଳେ ଇଡି ଅଫିସରେ ହାଜର ହେବାକୁ ସମନ ଜାରି କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପ୍ରଥମ ଥର ପାଇଁ ଇଡି ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା । ହେଲେ ହାଜର ହେବାକୁ ମନା କରିଛନ୍ତି କେଜ୍ରିୱାଲ୍ । ନିଜ ଓକିଲ ଜରିଆରେ ସମୟ ମାଗିବା ସହ ନୋଟିସ୍ ପ୍ରତ୍ୟାହାର କରିବାକୁ ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ୍ । କୁହାଯାଉଛି କାଳେ ନିର୍ବାଚନ ପ୍ରଚାରରେ ଯିବେ ବୋଲି ସମୟ ମାଗିଛନ୍ତି କେଜ୍ରିୱାଲ ।
ଅଧିକ ପଢନ୍ତୁ: ଫସି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ପୂର୍ବରୁ ଏହି ମାମଲାରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଅରବିନ୍ଦ କେଜରିୱାଲଙ୍କ ରାଇଟହ୍ୟାଣ୍ଡ ତଥା ଡେପୁଟି ସିଏମ୍ ମନୀଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଜେଲରେ ଅଛନ୍ତି ।
ସେପଟେ ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ଇଡି ରେଡ୍ କରିଛି । ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଚଢାଉ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ଚାଲିଛି ରେଡ୍ । ଦିଲ୍ଲୀ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଅଛନ୍ତି ରାଜକୁମାର ଆନନ୍ଦ । ମନ୍ତ୍ରୀ ରହୁଥିବା ସିବିଲ ଲାଇନ୍ସ ଆବାସ ଉପରେ ଇଡି ଚଢାଉ କରିଛି ।
📱 Get Argus News App
✨ବଙ୍ଗଳାର ନବୀକରଣ ପାଇଁ ଖର୍ଚ୍ଚ କରିଥିବା ଅର୍ଥରେ ବ୍ୟାପକ ଚଞ୍ଚକତ କରିଥିବା ଅଭିଯୋଗ
ତେବେ ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନର ନେତା ଏବେ ଦୁର୍ନୀତିର ସର୍ଦ୍ଦାର । ଦୁର୍ନୀତି ବିରୋଧ ଆନ୍ଦୋଳନରୁ ଜନ୍ମ ନେଇଥିବା ପାର୍ଟି ଆଜି ଦୁର୍ନୀତି ପଙ୍କରେ ଉବୁଟୁବୁ । କାହିଁକି ଇଡିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଡର ? କାହିଁକି ସମୟ ମାଗିଲେ କେଜ୍ରିୱାଲ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।