Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ 

National

ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ 

ନୂଆଦିଲ୍ଲୀ: ଦିନକୁ ଦିନ ବେଶ ଘାତକ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ପ୍ରତିଦିନ ରେକର୍ଡ ମାତ୍ରାରେ ବଢ଼ୁଛି ପ୍ରଦୂଷଣ ।  ଯାହା ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଚାମ୍ବରରେ ରହିବା ସଦୃଶ। ସେପଟେ, ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଖୁସିବ୍ୟକ୍ତ କରିଛନ୍ତି ଲୋକେ। ଆଜି ସକାଳୁ ବି ବିଷାକ୍ତ ବାୟୁର ଆସ୍ତରଣ ଦିଲ୍ଲୀ ଆକାଶରେ ଛାଇ ରହିଥିବା ଦେଖିବାକୁ ମିଳିଛି । ସକାଳୁ ଦିଲ୍ଲୀ ବାୟୁମଣ୍ଡର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଥିବା ରେକର୍ଡ ହୋଇଛି। ଏକ୍ୟୁଆଇ ମିଟରରେ ଦିଲ୍ଲୀର ଅଧିକାଂଶ ସ୍ଥାନର ବାୟୁର ମାନ ୪ଶହ ଉପରେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ଲୋକେ। ଏହାରି ଭିତରେ ଗତକାଲି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଖୁସି ପ୍ରକଟ କରିଛନ୍ତି ଲୋକେ। ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି କଟକଣାକୁ ସାଧାରଣରେ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ: ଦିଲ୍ଲୀ ଏନସିଆରରେ AQI ୪୫୦ ଟପିଲା

ଦିଲ୍ଲୀ ପଞ୍ଜାବୀବାଗରେ ଏକ୍ୟୁଆଇ ୪୬୦ ରେକର୍ଡ ହୋଇଛି । ସେହିପରି ଆନନ୍ଦ ବିହାରରେ ୪୫୨, ବୱାନାରେ ୪୬୨, ରୋହିଣୀରେ ୪୫୧, ନଏଡାରେ ୪୦୯, ଗୁରୁଗ୍ରାମ୍ରେ ୩୭୦, ଫରିଦାୱାଦରେ ୩୯୬ ଓ ଗାଜିଆବାଦରେ ୩୮୨ ରେକର୍ଡ ହୋଇଛି । ତେବେ ଗତକାଲି ରାତିରେ ପ୍ରଦୂଷଣ ମାତ୍ରା ୯ଶହ ଟପିଥିବା ଏକ୍ୟୁଆଇ ମିଟରରେ ରେକର୍ଡ ହୋଇଥିଲା । ଯାହା ସାଧାରଣ ଲୋକଙ୍କ ପାଇଁ ଗ୍ୟାସ୍ ଚାମ୍ବରରେ ରହିବା ସଦୃଶ୍ୟ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ଦେଶରେ ପ୍ରଦୂଷଣ ପ୍ରଭାବରୁ ବିଭିନ୍ନ ରୋଗ ହେବାରେ ଲାଗିଛି। ବିଶେଷ କରି ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଭୋଗୁଛନ୍ତି ଦିଲ୍ଲୀର ସାଧାରଣ ଲୋକେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Delhi air pollution: Why this November became the worst in last 10 years | Argus English