Videos
|
National

ବାତ୍ୟା ମିଚାଓଙ୍ଗ ପ୍ରଭାବ: ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ହେଲା ଚେନ୍ନାଇ

Ritu Das
Browse all articles by Ritu Das
·2 years ago·1 min read
ବାତ୍ୟା ମିଚାଓଙ୍ଗ ପ୍ରଭାବ: ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ହେଲା ଚେନ୍ନାଇ

ଅର୍ଗସ ବ୍ୟୁରୋ: ବାତ୍ୟା ମିଚାଓଙ୍ଗ ପ୍ରଭାବରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଆଡେ ଦେଖିବ ସବୁଠି ପାଣି ଆଉ ପାଣି। ଏହାର ପ୍ରଭାବରେ ୩ରୁ ୪ଦିନ ବାତ୍ୟାର ପ୍ରଭାବ ରହିବ। ଏଥିପାଇଁ ପ୍ରଶାସନ ଆଲର୍ଟ ରହିଛି। ଲୋକଙ୍କୁ ସତର୍କ କରାଯାଇଛି। ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷେ ହେବା ଯୋଗୁ ଚେନ୍ନାଇ ବିମାନବନ୍ଦରରେ ପାଣି ପଶି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବଙ୍ଗୋପସାାଗରରେ ଅଧିକ ମାତ୍ରାରେ ଘନୀଭୁତ ହେଉଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲୀପଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବା ଆଶଙ୍କା ରହିଛି। 

ଆଇଏମଡି ଅନୁଯାୟୀ, ଉତ୍ତର ତାମିଲନାଡୁର ପ୍ରାୟ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଚେନ୍ନାଇରେ ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Cyclone Michaong | Argus English