Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ

National

ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ

ଅର୍ଗସ ବ୍ୟୁରୋ: ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ । ଘଣ୍ଟା ପ୍ରତି ବେଗ ରହିଛି ୧୧ କିଲୋମିଟର । ଆଜି ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶର ନେଲୋର ଏବଂ ମଚ୍ଛଲିପଟନମ୍ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ ଏବଂ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଝଟକା ପବନ ବହିବା ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ନିଜର ରୂପ ଦେଖାଇଛି ବାତ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ । ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି ।

ପାଣି ସୁଅରେ କାର ବି ବର୍ତ୍ତିପାରିନି । ପ୍ରଖର ସୁଅରେ ଅନେକ କାର ଓ ଯାନବାହାନ ଭାସି ଯାଇଛି । ଟ୍ରେନ, ମେଟ୍ରୋ ଟ୍ରେନ ବାତିଲ ସହ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଓଡିଶା ବାତ୍ୟାର କୌଣସି ସିଧା ପ୍ରଭାବ ପଡିବନି । କିନ୍ତୁ ଆଜି ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ମଧ୍ୟ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୭ ତାରିଖ ବେଳକୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାରେ ଓଡ୍ରଫ୍ ଟିମ୍ ଏବଂ ଅତିରିକ୍ତ ଭାବେ ଅଗ୍ନିଶମ ଦଳ ମଧ୍ୟ ମୁତୟନ କରାଯାଇଛି । ସବୁ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହାସହ କୃଷି, ସମବାୟ, ଶକ୍ତି ବିଭାଗକୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି ଏସଆରସି । ଅନ୍ୟପଟେ ପ୍ରବଳ ବର୍ଷାର ସମ୍ଭାବନା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬୦ଟି ଟ୍ରେନ ବାତିଲ କରିଛି ଇଷ୍ଟ କୋଷ୍ଟ ରେଲୱେ । ୨୪ ଘଣ୍ଟିଆ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ଏବଂ ବର୍ଷା ପରବର୍ତ୍ତୀ ସ୍ଥିତି ଉପରେ ନଜର ରଖିଛି ପୂର୍ବତଟ ରେଳବାଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Cyclone ‘Michaung’ likely to make landfall on today | Argus English