Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

National

ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

Smruti Parija
Browse all articles by Smruti Parija
·2 years ago·1 min read
ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ବାଲେଶ୍ୱର: ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ l ଛତିଶଗଡ଼ରେ ମତଦାନ ବେଳେ ହୋଇଥିଲା ମାଓବାଦୀଙ୍କ IED ବିସ୍ଫୋରଣ । ସହିଦ ଯବାନ ଜଣକ ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଥାନା ଗୋପାଳପୁର ଗ୍ରାମର କରୁଣା କର ଶିଅଳଙ୍କ ପୁଅ ପ୍ରକାଶ ଚନ୍ଦ୍ର ଶିଅଳ l ନିର୍ବାଚନୀ ଡ୍ୟୁଟିରେ ମୁତୟନ ଥିଲେ ଜଣେ ଓଡ଼ିଆ ଯବାନ । ସୁକମା ଜିଲ୍ଲା ତୋଣ୍ଡମାରକା କ୍ୟାମ୍ପରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ହୋଇଥିଲା । ସେପଟେ ଯବାନ ପୁଅର ମୃତ୍ୟୁ ଖବର ପାଇ ପରିବାରଠୁ ଆରମ୍ଭ କରି ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । 

ଛତିଶଗଡ ବିଧାନଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍

ସୂଚନାଯୋଗ୍ୟ, ମଙ୍ଗଳବାର ଛତିଶଗଡରେ 20 ଆସନ ପାଇଁ ହୋଇଛି ମତଦାନ । 223 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏଭିଏମରେ ସିଲ୍ ହୋଇଛି । ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତଦାନ ହୋଇଥିଲା,  ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ମତଦାନ ହୋଇଥିବା ନେଇ ସୂଚନା ରହିଛି ।  ନକ୍ସଲ ପ୍ରବଣ 10 ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଏଭଳି ଏକ ଅଘଟଣ ଘଟିଯାଇଛି । ସେପଟେ ୭୦  ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
CRPF jawan on poll duty injured in IED blast in Chhattisgarh's Sukma-odia-jawan-sahid | Argus English