କୋରୋନା ସଂକ୍ରମଣ ନେଇ ଚିନ୍ତା, କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬୫ଜଣ ଆକ୍ରାନ୍ତ

ଅର୍ଗସ ବ୍ୟୁରୋ : କରୋନାର ସଂକ୍ରମଣ ବୃଦ୍ଧି ଫଳରେ ଛତିଶଗଡ଼ ରୁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ରୁ କର୍ଣ୍ଣାଟକ ସବୁ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ମୋଡରେ କାମ କରୁଛି । କାରଣ ମନରୁ ଲିଭୁଥିବା କରୋନା ତାଣ୍ଡବ ପୁଣି ଥରେ ଦସ୍ତକ ହେଇଛି । ଗୁରୁବାର ଦେଶରେ ଆଉ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩୧୧ରୁ ବଢ଼ି ୨୬୬୯ରେ ପହଞ୍ଚିଛି । ବିଶେଷଜ୍ଞଙ୍କ କହିବା କଥା, ଆଗାମୀ ଦିନରେ କୋରୋନା ସଂକ୍ରମଣ ଆହୁରି ବଢ଼ିପାରେ । କାରଣ ସବ ଭାରିଆଣ୍ଟ JN1ର ମଧ୍ୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
ସେପଟେ ଗତ ୨୪ ଘଣ୍ଟାରେ କେବଳ କେରଳରେ ୨୬୫ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେରଳର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ନଭେମ୍ବର ୧ ତାରିଖରୁ ରାଜ୍ୟରେ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ତେଣୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନେ ଅନ୍ୟାନ୍ୟ କ୍ରୋନିକ ଡିଜିଜରେ ପୀଡ଼ିତ ଥିଲେ । ଆକ୍ରାନ୍ତ ରୋଗି ହୋମ ଆଇସୋଲେସନରେ ରହିଛନ୍ତି । ହସ୍ପିଟାଲ ଗୁଡ଼କରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତିଲ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ।
ଅଧିକ ପଢନ୍ତୁ : ଗତ ୧୫ଦିନ ଭିତରେ କୋଭିଡ ସଂଖ୍ୟା ସାରା ଦେଶରେ ଉପରମୁହାଁ
📱 Get Argus News App
✨ଦେଶରେ JN.1 ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଛତିଶଗଡ଼ ଉତ୍ତରପ୍ରଦେଶ, ମହାରାଷ୍ଟ୍ରରେ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ଆଲର୍ଟରେ ରହିଛନ୍ତି ଏହି ରାଜ୍ୟ ଗୁଡ଼ିକର ସରକାର । ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତି ପ୍ରୟାସ ଆରମ୍ଭ କରିଛି ଭାରତୀୟ ଭ୍ୟାକସିନ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ । ନୂଆ ଟିକା ପ୍ରସ୍ତୁତି ପାଇଁ ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା DCGIରେ ଆବେଦନ କରାଯାଇଥିବା କମ୍ପାନୀ ଅଧ୍ୟକ୍ଷ ଅଦାର ପୁନାୱାଲା ସୂଚନା ଦେଇଛନ୍ତି ।
