ହାତ ଦଳ ପାଖରେ ଟଙ୍କା ନାହିଁ !

Key Points
- କଂଗ୍ରେସ ଅବସ୍ଥା ସଙ୍ଗୀନ
- କ୍ରାଉଡ୍ ଫଣ୍ଡିଂ କରିବା ଛଡା ଉପାୟ ବି କିଛି ନାହିଁ
- ଟେନସନରେ ହାତ ଦଳିଆ
ଅର୍ଗସ ବ୍ୟୁରୋ: ହାତ ଦଳିଆ ପାଖରେ ଟଙ୍କା ନାହିଁ । ଏମିତି ପରିସ୍ଥିତିରେ ଦଳ କେମିତି ଚାଲିବ ? ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦୦ ଦିନ ବାକି ଥିବା ବେଳେ ହାତ ଦଳର ପାଖରେ ଟଙ୍କାର ଘୋର ଅଭାବ ଦେଖାଯିବା ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା । ସ୍ଥିତି ଏମିତି ହେଲାଣି ଯେ ଡୋନେଟ ଫର ଦେଶ ନାଁରେ କ୍ୟାଂପେନ ଆରମ୍ଭ କଲା କଂଗ୍ରେସ । ଏଥିରେ ଯେତିକି ଆୟ ହେବ ସେତିକିରେ କାଳେ ଦଳ ଚାଲିବ ବୋଲି ନିଷ୍ପତ୍ତି ନେଇଛନ୍ତି ଶୀର୍ଷ ନେତୃତ୍ଵ ।
ଦଳରେ ଟଙ୍କା ଅଭାବ ହେତୁ ଘରକୁ ଘର ବୁଲି ଦଳ ଟଙ୍କା ଯୋଗାଡ କରିବ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତା ୨୮ ତାରିଖ ଯାଏ ଏହି ଅଭିଯାନ ଚାଲିବ । ଜିଲ୍ଲା ସଭାପତିମାନେ ଭୋଟରଙ୍କ ପାଖକୁ ଯାଇ ପାଣ୍ଠି ସଂଗ୍ରହ କରିବା ସହିତ ସରକାର ବିରୋଧୀ ନାରା ଦେବେ ବୋଲି ଜଣାପଡିଛି । ହେଲେ ହଠାତ୍ ଦେଶର ସର୍ବବୃହତ ଦଳ ପାଖରେ କାହିଁକି ଟଙ୍କାର ଅଭାବ ହେଲା ତାହାକୁ ନେଇ ଜୋର ଧରିଲାଣି ରାଜନୀତି । ସେପଟେ ଦଳ କହିଛି, ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ତିଲକ ସ୍ୱରାଜ ପାଣ୍ଠିରୁ ଅନୁପ୍ରାଣିତ ହୋଇ ଦଳ ଏହି ଅଭିଯାନ ଆରମ୍ଭ କରିଥିବା ସ୍ପଷ୍ଟ କରିଛି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଗତ କିଛିଦିନ ତଳେ ବଲାଙ୍ଗିରରୁ ମଦ ବ୍ୟବସାୟୀ ତଥା କଂଗ୍ରେସ ନେତାଙ୍କ ମଦ ଭାଟିରୁ ପ୍ରାୟ ୩୫୦ କୋଟି ଟଙ୍କାର ନଗଦଅର୍ଥ ବାହାରିଲା । ଯଦି ବଲାଙ୍ଗିର ପରି ପଛୁଆ ରାଜ୍ୟରୁ ଏତେ ପରିମାଣର ଟଙ୍କା ବାହାରୁଛି ତେବେ ପୂରା ଦେଶରେ କେତେ ଟଙ୍କା ଥିବ ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ କେମିତି ଗରିବ ହେଲା ? ତାହାକୁ ନେଇ ବି ଉଠିଲାଣି ପ୍ରଶ୍ନ । ହେଲେ ସମୟ କହିବ କ୍ରାଉଡ ଫଣ୍ଡିଂ କଂଗ୍ରେସକୁ ବଳ ଦେଉଛି ନା କାଳ ହେଉଛି ।
📱 Get Argus News App
✨