ବାଣ କିଣିବା ନେଇ ଦ୍ୱନ୍ଦରେ ଗ୍ରାହକ

ନୂଆଦିଲ୍ଲୀ: ଦୀପାବଳୀରେ ବାଣଫୁଟା ଉପରେ ସୁପ୍ରିମକୋର୍ଟଙ୍କ କଟକଣାକୁ ନେଇ ଦ୍ବନ୍ଦ୍ବ। କେଉଁ ବାଣକୁ ବାରଣ କାହାକୁ ଅନୁମତି ତାକୁ ନେଇ ବଢୁଛି କନଫ୍ୟୁଜନ୍। ୧୨୫ ଡେଶିବେଲରୁ ଅଧିକ ଶବ୍ଦସୃଷ୍ଟିକାରୀ ବାଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରୋକ୍। ନିୟମ କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ବୋର୍ଡ। ନିୟମ ମୂତାବକ ବେରୀୟମ ଓ ନାଇଟ୍ରେଟ ଥିବା ବାଣ ଉପରେ କଟକଣା ରହିବ । ସକାଳ ୬ ରୁ ରାତି ୧୦ ବାଣ ଫୁଟାଇ ପାରିବେ ସାଧାରଣ ଲୋକ। ଶିକ୍ଷାନୁଷ୍ଠାନ , ସ୍ବାସ୍ଥ୍ୟ କେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ ହେବ ଯାହା ପ୍ରଦୂଷଣର ମାତ୍ରା ଯାଞ୍ଚ କରିବ। ତେବେ ନିର୍ଦ୍ଦେଶନାମା ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ପୋଲିସ କମିଶନର ।
ଅଧିକ ପଢନ୍ତୁ: ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣକୁ ମନା
ଏହାରି ଭିତରେ ବଜାର କୁ ଆସିଛି ବିଭିନ୍ନ ରକମର ବାଣ । ହେଲେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନ ରେ ଗ୍ରାହକ । ଝୁରିଝୁରି, ଚକ୍ରି, କୁମ୍ପି , ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ ରସୁଣ ବାଣ ଭଳି କମ୍ପାନୀ ତିଆରି ଗ୍ରୀନ କ୍ରାକର କୁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ଦେଶୀ ବାଣ ଯେପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ତେବେ ନିୟମ ଭାଙ୍ଗୁଥିବା ଦୋକାନୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ପ୍ରଦୂଷଣ କମିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବେଶବିତ । ଦୀପାବଳୀ ପୂର୍ବରୁ ସବୁ ଜିଲ୍ଲାରେ ଏବେ ପ୍ରଦୁଷଣ ମାତ୍ରା ମପା ଯାଉଥିବା ବେଳେ ଦୀପାବଳୀ ବେଳେ ଓ ଦୀପାବଳୀ ପରେ
ମଧ୍ୟ ପ୍ରଦୁଷଣ ମପାଯିବ।
📱 Get Argus News App
✨
ଭାରତ ଖବର ଆହୁରି ପଢନ୍ତୁ