Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖସୁଛି ପାରଦ ବଢୁଛି ଶୀତ, ରକ୍ତ ଜମାଇ ଦେଲା ଭଳି ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀବାସୀ

National

ଖସୁଛି ପାରଦ ବଢୁଛି ଶୀତ, ରକ୍ତ ଜମାଇ ଦେଲା ଭଳି ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖସୁଛି ପାରଦ ବଢୁଛି ଶୀତ, ରକ୍ତ ଜମାଇ ଦେଲା ଭଳି ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀବାସୀ

ଅର୍ଗସ ବ୍ୟୁରୋ:  ଦେଶର ରାଜଧାନୀରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଖସୁଛି ପାରଦ ବଢୁଛି ଶୀତ । ରକ୍ତ ଜମାଇ ଦେଲା ଭଳି ଥଣ୍ଡାରେ ଥରୁଛନ୍ତି ପୂରା ଦିଲ୍ଲୀବାସୀ । ସେପଟେ ଭୟଙ୍କର ଶୀତ ସାଙ୍ଗକୁ ଘନ କୁହୁଡ଼ି ପାଇଁ ଦେଖା ଯାଉନି ରାସ୍ତାଘାଟ । ଦିନ ୧୧ଟା ଯାଏ ରାସ୍ତାକୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡୁଛି । ଏଭଳି ସ୍ଥିତିରେ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି । ପଞ୍ଚମ ଶ୍ରେଣି ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲକୁ ଆହୁରି ୫ ଦିନ ଯାଏ ଛୁଟି ଘୋଷଣା କରାଯାଇଛି ।

ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ତାରିଖ ଯାଏ ସ୍କୁଲ ଛୁଟି ରହିଛି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଏବେ ପାରଦ ୮ ଡିଗ୍ରୀ ତଳେ ରହୁଥିବା ବେଳେ ଘରୁ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡୁଛି । ଆହୁରି କିଛି ଦିନ ଏଭଳି ସ୍ଥିତି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cold to severe cold conditions expected in Delhi as fog at upper levels persists | Argus English