ପ୍ରଧାନମନ୍ତ୍ରୀଙ୍କୁ ଫୋନ କଲେ ମୁଖ୍ୟମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ମୋଦିଙ୍କୁ ଫୋନ କଲେ ନବୀନ । 3 ରାଜ୍ୟରେ ବିଜେପିର ବୃହତ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟପ୍ରଦେଶ, ରାଜସ୍ଥନ ଓ ଛତିଶଗଡରେ ବିଜେପିର ବୃହତ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
ସବୁ କଳ୍ପନା ଜଳ୍ପନାକୁ ଭୂଲ୍ ସାବ୍ୟସ୍ତ କରିଛି ମୋଦି ମ୍ୟାଜିକ୍ । 4 ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ । ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଶାସନର ମଙ୍ଗ ଧରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ସେପଟେ ମଧ୍ୟପ୍ରଦେଶରେ ବୃହତ ବିଜୟ ହାସଲ କରିଛି ବିଜେପି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ହେଭିୱେଟଙ୍କୁ ଉତାରି ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା କାରିଗର ସାବ୍ୟସ୍ତ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: