Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଧାନମନ୍ତ୍ରୀ ଦେଶର ୧୪୦ କୋଟି ଦେଶବାସୀଙ୍କୁ ନିଜର ଭାବି କାମ କରିଛନ୍ତି: ଯୋଗୀ

National

ପ୍ରଧାନମନ୍ତ୍ରୀ ଦେଶର ୧୪୦ କୋଟି ଦେଶବାସୀଙ୍କୁ ନିଜର ଭାବି କାମ କରିଛନ୍ତି: ଯୋଗୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଧାନମନ୍ତ୍ରୀ ଦେଶର ୧୪୦ କୋଟି ଦେଶବାସୀଙ୍କୁ ନିଜର ଭାବି କାମ କରିଛନ୍ତି: ଯୋଗୀ

ଅର୍ଗସ ବ୍ୟୁରୋ:  ଉତ୍ତରପ୍ରଦେଶର ଗୋରଖପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯେଉଁଠି ଯୋଗୀ ୬ କୋଟିରୁ ଉର୍ଦ୍ଧ୍ୱ ବିକାଶ ମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହାସହ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶର ୧୪୦ କୋଟି ଦେଶବାସୀଙ୍କୁ ନିଜର ବୋଲି ଭାବି ସେମାନଙ୍କ ପାଇଁ କାମ କରୁଛନ୍ତି।

୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେବ କରିବାର ସଂକଳ୍ପ ସହ ଆଗକୁ ବଢୁଛନ୍ତି। ବର୍ତ୍ତମାନ ଦେଶରେ ୫୦ କୋଟି ଏବଂ ରାଜ୍ୟରେ ୧୦ କୋଟି ଲୋକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ମିଳୁଛି।  ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଦେଶର ୧୦ କୋଟି ଏବଂ ଉତ୍ତରପ୍ରଦେଶର ଦେଢ କୋଟିରୁ ଅଧିକ ଲୋକଙ୍କୁ ନିଶୁଳ୍କ ଗ୍ୟାସ୍ ସିଲିଣ୍ଡର ମିଳୁଛି। ସେହିପରି ଉତ୍ତରପ୍ରଦେଶର ୫୫ ଲକ୍ଷ ଗରିବ ପରିବାରଙ୍କୁ ଆବାସ ମିଳିଥିବା କହିଛନ୍ତି ଯୋଗୀ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Chief Minister Yogi Adityanath joined the Developed India concept tour | Argus English