Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ

National

ଆଜି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ:  ଆଜି ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ । 20 ଆସନ ପାଇଁ ହେବ ମତଦାନ । ନିର୍ବାଚନ ମଇଦାନରେ ୨୨୩ ଜଣ ପ୍ରାର୍ଥୀ ଥିବା ବେଳେ ଭାଗ୍ୟ ନିର୍ଧାରଣ କରିବେ ୪୦ ଲକ୍ଷ ୭୮ ହଜାର ୬୮୧ ଜଣ ଭୋଟର । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସମେତ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବେଜଙ୍କ ଭାଗ୍ୟର ହେବ ଫୈସଲା ।

ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତଦାନ ହେବ ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ମତଦାନ ହେବ । ବିଧାନସଭା ଆସନର ୧୦ଟି ବୁଥରେ କେବଳ ମହିଳା କର୍ମଚାରୀ ରହିବେ । ନକ୍ସଲ ପ୍ରବଣ 10 ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଆ ଭୋଟରଙ୍କର ନିର୍ଣ୍ଣାୟକ ଭୂମିକା ରହିବା ଆଲୋଚନା ହେଉଛି ।  ୭୦  ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ।

ରାଜନୀତି ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chhattisgarh Vidhan Sabha Election 2023 | Argus English