Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଜ ହାତରେ ଚା' ତିଆରି କରି କର୍ମକର୍ତ୍ତାଙ୍କୁ ପିଆଇଲେ ସ୍ମୃତି ଇରାନୀ

National

ନିଜ ହାତରେ ଚା' ତିଆରି କରି କର୍ମକର୍ତ୍ତାଙ୍କୁ ପିଆଇଲେ ସ୍ମୃତି ଇରାନୀ

Smruti Parija
Browse all articles by Smruti Parija
·2 years ago·1 min read
ନିଜ ହାତରେ ଚା' ତିଆରି କରି କର୍ମକର୍ତ୍ତାଙ୍କୁ ପିଆଇଲେ ସ୍ମୃତି ଇରାନୀ

ଅର୍ଗସ ବ୍ୟୁରୋ: ଚା' ବନେଇଲେ ସ୍ମୃତି ଇରାନୀ । ନିଜ ହାତରେ ଚା ତିଆରି କରି କର୍ମକର୍ତ୍ତାଙ୍କୁ ପିଇବାକୁ ଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ ବସ୍ତର ଜିଲ୍ଲାରେ । 

ଆସନ୍ତା ୭ ତାରିଖରେ ଛତିଶଗଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ  । ତା ପୂର୍ବରୁ ରାଜ୍ୟରେ ସୁରକ୍ଷାକୁ କଡାକଡି କରିଛି ପ୍ରଶାସନ  । ମାଓ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି  । ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଜାରି ରହିଛି  ।  ଏହାରି ଭିତରେ ନିର୍ବାଚନୀ ପ୍ରଚାରରେ ଯୋଗ ଦେବାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତିଇରାନୀ । ବିଜେପି କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ କେଶକାଲ ରୁ କୋଣ୍ଡାଗାଓଁ ସ୍କୁଟି ଚଲାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । 

ଏହି ସମୟରେ କେନ୍ଦ୍ରମନ୍ତ୍ରୀ କୋଣ୍ଡାଗାଓଁରେ କର୍ମକର୍ତ୍ତାଙ୍କୁ ନିଜ ହାତରେ ଚା' ବନାଇ ପିଇବାକୁ ଦେଇଥିଲେ । ଯେଉଁଥିରେ କର୍ମକର୍ତ୍ତାମାନେ ବହୁତ ଖୁସି ହୋଇଥିବା ସହ ତାଙ୍କ ସହ ଫଟୋ ଭିଡିଓ ଉଠାଉଥିବା ଦେଖିବାକୁ ମିଳିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଆସନ୍ତା ୭ରେ ପ୍ରଥମ ପର୍ଯ୍ୟାୟ ଏବଂ ୧୭ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୨୦ଟି  ଆସନ ଲାଗି ପଡିବ ଭୋଟ ।

ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ୧୪ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଲାଭବାନ
 

Sponsored
chhattisgarh-polls-smriti-irani-rides-scooty-prepares-tea-in-bastar-for-bjp-workers-on-last-campaign-day | Argus English