|
logo
Live

Argus News - ୨୦ ଆସନ ପାଇଁ ନିଆଯିବ ଭୋଟ୍, ଓଡିଆ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା

National

୨୦ ଆସନ ପାଇଁ ନିଆଯିବ ଭୋଟ୍, ଓଡିଆ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା

Smruti Parija
Browse all articles by Smruti Parija
·2 years ago·2 min read
୨୦ ଆସନ ପାଇଁ ନିଆଯିବ ଭୋଟ୍, ଓଡିଆ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା

ଅର୍ଗସ ବ୍ୟୁରୋ:  ପ୍ରସ୍ତୁତି ଚୂଡ଼ାନ୍ତ । ଭୋଟ ଗ୍ରହଣକୁ ଅପେକ୍ଷା । ମଙ୍ଗଳବାର ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତ ଦାନ । ୨୦ଟି ଆସନ ପାଇଁ ନିର୍ବାଚନ ମଇଦାନରେ ୨୨୩ ଜଣ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ ଜଣ ମହିଳା । ଏମାନଙ୍କ ଭାଗ୍ୟ ନିର୍ଧାରଣ କରିବେ ୪୦ ଲକ୍ଷ ୭୮ ହଜାର ୬୮୧ ଜଣ ଭୋଟର । ମଙ୍ଗଳବାର ଭୋଟ ଗ୍ରହଣ ପାଇଁ କରାଯାଇଛି ୫୩୦୪ଟି ଭୋଟ ଗ୍ରହଣ କେନ୍ଦ୍ର । ଶନିବାର ଓ ରବିରାର ଦୁଇ ଦିନ ନକ୍ସଲ ପ୍ରବଣ ୫ଟି ଜିଲ୍ଲାର ୧୫୬ ଟି ବୁଥକୁ ହେଲେକପ୍ଟର ଯୋଗେ ପଠା ଯାଇଥିଲେ ପୁଲିଂ ଟିମ୍ । 

ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତ ଦାନ ହେବ । ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ଭୋଟ ନିଆଯିବ । ପ୍ରତି ବିଧାନସଭା ଆସନର ୧୦ଟି ବୁଥରେ କେବଳ ମହିଳା କର୍ମଚାରୀ ରହିବେ । ସୁରକ୍ଷା କର୍ମୀ ବି ରହିବେ ମହିଳା । ଏମାନଙ୍କୁ ଉତ୍ସାହିତ କରିବାକୁ ବସ୍ତର ଜିଲ୍ଲାପାଳ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

ନିର୍ବାଚନ ପ୍ରଚାର ସମୟରେ ୨ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ, ଏଥିସହ ଭୋଟ ବର୍ଜନ ପାଇଁ  ଆହ୍ବାନ ଦେଇଛନ୍ତି । ଫଳରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଛତିଶଗଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଛତିଶଗଡ଼ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ଆନ୍ଧ୍ର ପୋଲିସକୁ ମଧ୍ୟ ମୁତୟନ କରାଯାଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ବସ୍ତର ଡିଭିଜନର ୭ଟି ନକ୍ସଲ ପ୍ରଭାବିତ ଜିଲ୍ଲାରେ ଭୋଟ ଦାନ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । 

ମଙ୍ଗଳବାର ଭୋଟ୍ ହେବାକୁ ଥିବା 20 ଆସନ ମଧ୍ୟରୁ ଗତ ୨୦୧୮ ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ଜିତିଥିଲା । ଏଥର ଏସବୁ ଆସନରେ ଭଲ ପ୍ରଦର୍ଶନ କରିବାକୁ ଜୋରଦାର ପ୍ରୟାସ କରିଛି ବିଜେପି । ଉଭୟ ଦଳର ବଡ଼ ବଡ଼ ନେତା କରିଛନ୍ତି ପ୍ରଚାର। ଏଥର ଯେଉଁ ବଡ଼ ବଡ଼ ନେତାଙ୍କ ଭାଗ୍ୟର ଫୈସଲା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, କେଦାର କସ୍ୟପ ଓ କଂଗ୍ରେସରୁ ମନ୍ତ୍ରୀ କବାଷି ଲାକମା, ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବେଜ୍, ମହମ୍ମଦ ଆକବର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁହାରି ଶୁଣି ପାୱାର ଦେଲେ, ବାଡ ନଡେଇଁବା ଲାଗି ନିର୍ଦ୍ଦେଶ ଦେଲେ !

ବିଜେପି ଧର୍ମାନ୍ତରୀକରଣ, ମହାଦେବ ବେଟିଂ ଆପ୍ ସ୍କାମ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦୁର୍ନୀତିକୁ ପ୍ରଚାରରେ ମୁଖ୍ୟ ପ୍ରସଙ୍ଗ କରିଛି । ସେପଟେ କଂଗ୍ରେସ ନିଜର ବିଭିନ୍ନ ଯୋଜନାର ପ୍ରଚାର ସହ ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ମଇଦାନକୁ ଓହ୍ଲାଇଛି । ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଜଗଦଲପୁର ସମେତ ପୁରା ବସ୍ତର ଜିଲ୍ଲାରେ ଓଡ଼ିଆଙ୍କ ଭୋଟ ବେଶ ଗୁରୁତ୍ୱ ରଖୁଛି। ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଓ କୋଟପାଡର ଯଅଁରା ନଦୀର ପାଣି ସମସ୍ୟାର ସମାଧାନ ଏଠାରେ ନିର୍ବାଚନ ପ୍ରସଙ୍ଗ ହୋଇଛି। ପ୍ରଚାର ବେଳେ ଓଡ଼ିଆଙ୍କୁ ପ୍ରଭାବିତ କରିବାକୁ ଉଭୟ ବିଜେପି ଓ କଂଗ୍ରେସର ନେତା କରିଛନ୍ତି ଜୋରଦାର ଉଦ୍ୟମ। 

୯୦ ଆସନ ବିଶିଷ୍ଟ ବିଧାନସଭାର ବଳକା ୭୦  ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୩ ତାରିଖରେ ହେବ ଭୋଟ ଗଣତି ।

IICଙ୍କ ଗାଡ଼ି ଧକ୍କା : ଜଣେ ମୃତ, ଜଣେ ଗୁରୁତର

Sponsored
୨୦ ଆସନ ପାଇଁ ନିଆଯିବ ଭୋଟ୍, ଓଡିଆ ଭୋଟରଙ୍କ ନିର୍ଣ୍ଣାୟକ ଭୂମିକା | Argus English