Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାମଲାଲାଙ୍କୁ ଅର୍ପଣ କରାଯିବ 56 ଭୋଗ 

National

ରାମଲାଲାଙ୍କୁ ଅର୍ପଣ କରାଯିବ 56 ଭୋଗ 

Smruti Parija
Browse all articles by Smruti Parija
·2 years ago·2 min read
ରାମଲାଲାଙ୍କୁ ଅର୍ପଣ କରାଯିବ 56 ଭୋଗ 

ଅର୍ଗସ ବ୍ୟୁରୋ: ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ଜାନୁଆରୀ 22, 2024 । ସେହିଦିନ ଭଗବାନ ଶ୍ରୀରାମ ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ଜୋର ସୋର୍ ରେ ଚାଲିଛି । ତାରିଖ ଯେତେ ପାଖେଇ ଆସୁଛି ପ୍ରସ୍ତୁତି ମଧ୍ୟ ସେତେ ଜୋର ସୋରରେ ଚାଲିଛି ।  

2024 ନୂତନ ବର୍ଷରେ, ରାମଲାଲାଙ୍କୁ ଅର୍ପଣ କରାଯିବ 56 ଭୋଗ । ଯେଉଁଥିପାଇଁ ଲକ୍ଷ୍ନୌର ଜଣେ ରାମ ଭକ୍ତ 56 ଭୋଗ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଅତି ଯତନେ ସୁନ୍ଦର ଭାବରେ ସଜେଇ 56 ଭୋଗ ଶ୍ରୀରାମଙ୍କ ପାଇଁ ଆଣିଛନ୍ତି । ଏଥିରେ 56 ପ୍ରକାରର ବ୍ୟଞ୍ଜନ ରହିଛି । ଯଥା ବିଭିନ୍ନ ପ୍ରକାରର ମିଠା, ମିସ୍ରି, ନମକିନ୍ । ତେବେ ଏହାକୁ ସେ ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । 

ରାମ ଭକ୍ତ ସୁଜଲ ଗୁପ୍ତାଙ୍କ କହିବାନୁଯାୟୀ ଯେବେଠୁ ରାମଲାଲା ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିଲେ ସେବେଠୁ ସେ ପ୍ରତିବର୍ଷ ନୂଆବର୍ଷରେ ରାମଲାଲାଙ୍କୁ 56 ଭୋଗ ଚଢାଇବା ପାଇଁ ସଂକଳ୍ପ ନେଇଥିଲେ । ଆଉ ପ୍ରତିବର୍ଷ ସେ ସାଙ୍ଗରେ ରାମଲାଲଙ୍କୁ ଚଢାଇବା ପାଇଁ 56 ଭୋଗ ସାଙ୍ଗରେ ଆଣିଥାନ୍ତି । 22 ଜାନୁଆରୀରେ ରାମଲାଲା ଭବ୍ୟ ମନ୍ଦିରର ଗର୍ଭଗୃହରେ ବିରାଜମାନ ହେବାକୁ ଯାଉଛନ୍ତି । ସେହିଦିନ ମଧ୍ୟ ସେ ରାମଲାଲାଙ୍କୁ 56 ଭୋଗ ଚଢାଇବେ ବୋଲି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ଅଯୋଧ୍ୟା ପାଇଁ 2024 ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ହେବାକୁ ଯାଉଛି । ତେବେ ନବବର୍ଷରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟା ଗସ୍ତ କରୁଛନ୍ତି । ଭଗବାନଙ୍କ ନିକଟରେ ନୂଆବର୍ଷ ଯେପରି ଭଲରେ କଟିବ ସେନେଇ ପ୍ରାର୍ଥନା କରୁଛନ୍ତି । 

ଜାନୁଆରୀ 22 ରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତ 12: 29: 8 ରୁ 12:30:32 84 ସେକେଣ୍ଡ ପର୍ଯ୍ୟନ୍ତ ରହିବ। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଲକ୍ଷ ଲକ୍ଷ ଜନତାଙ୍କ ସମାଗମ ହେବାକୁ ଯାଉଛି ।


 

Sponsored
chhapan-bhog-to-be-offered-to-ramlala- | Argus English