|
logo
Live

Argus News - ପ୍ରେମିକାକୁ ଗାଡ଼ି ଚଢ଼ାଇଲା ପ୍ରେମିକ

National

ପ୍ରେମିକାକୁ ଗାଡ଼ି ଚଢ଼ାଇଲା ପ୍ରେମିକ

Arpita Mohanty
Browse all articles by Arpita Mohanty
·2 years ago·2 min read
ପ୍ରେମିକାକୁ ଗାଡ଼ି ଚଢ଼ାଇଲା ପ୍ରେମିକ

ଅର୍ଗସ ବ୍ୟୁରୋ : ପ୍ରେମକୁ ପବିତ୍ର କୁହଯାଏ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରେମର ଅର୍ଥ ହିଁ ବଦଳିଗଲାଣି। ଏଠି ପ୍ରେମ ପ୍ରେମ ନୂହେଁ ତ ସ୍ଵାର୍ଥ । କିଛି ପାଇବାର ଭୋକ । ନିଜ ସ୍ଵାର୍ଥକୁ ହାସଲ କରିବା ପାଇଁ କିଏ କେଉଁ ସ୍ତରକୁ ଖସିଯାଉଛି। ଆଜି ଏମିତି ଏକ ପ୍ରେମର କଥା କହୁଛୁ ଯିଏ ପ୍ରେମିକା ପାଇଁ ସାଜିଛି ଜହ୍ଲାଦ।ଏଭଳି ଘଟଣା ସାମନାକୁ ଆସିଛି ମୁମ୍ବାଇ ଥାନେରୁ । ପ୍ରେମିକାଠୁ ମନ ଭରିଗଲା ପରେ ତାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଛି ପ୍ରେମିକ। ବଡେ ବାପକା ବିଗଡା ହୁଆ ଔଲାଦ।  ଯୁବକ ଜଣକ ହେଉଛନ୍ତି ଜଣେ କ୍ଷମତାଶାଳୀ ବାପାର ପୁଅ। ଯୁବତୀ ଜଣକ ଏବେ ହସ୍ପିଟାଲ ବେଡ୍ ରେ ପଡ଼ିଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନର ଏମଡି ଅନିଲ କୁମାର ଗାଏକୱାଡ଼ଙ୍କ ପୁଅ ଅଶ୍ବଜିତ୍ ଗାଏକୱାଡ଼। ସେ ନିଜ ପ୍ରେମିକା ପ୍ରୀୟା ସିଂହ ଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ନିଜେ ଏକୁଟିଆ ନୂହେଁ ନିଜ ସାଙ୍ଗ ମାନଙ୍କ ସହିତ ମିଶି ପ୍ରଥମେ ନିର୍ଯ୍ୟାତନା ତାପରେ ଗାଡି ଚଢାଇ ମାରିବାକୁ ଚେଷ୍ଟା । ଅଶ୍ବଜିତ୍ ବିବାହିତ ଜାଣିଲା ପରେ ବି ପ୍ରୀୟା ତାଙ୍କ ସହିତ ସମ୍ପର୍କ ରଖିଥିଲେ। ପ୍ରୀୟା ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଘଟଣା ସାମନାକୁ ଆଣଛନ୍ତି। ସେ ଲେଖିଛନ୍ତି ଗତ ୧୧ ତାରିଖ ଦିନ ସେ ନିଜ ବୟଫ୍ରେଣ୍ଡକୁ ଦେଖା କରିବା ପାଇଁ ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ଅଶ୍ବଜିତ୍ ଆଗରୁ ହିଁ ସେଠାରେ ନିଜ ପତ୍ନୀ ସହିତ ଉପସ୍ଥିତ ଥିଲେ। ପ୍ରୀୟା ସେଠାରେ ପହଁଞ୍ଚିଲା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। 

ଅଶ୍ବଜିତ୍ ରାଗିଯାଇ ନିଜ ୩ ଜଣ ସାଙ୍ଗ ସହିତ ମିଶି ପ୍ରୀୟାଙ୍କୁ ପ୍ରବଳ ମାରିଥିଲେ। ଜୀବନ ବିକଳରେ ପ୍ରୀୟା ସେଠାରୁ ଦୌଡି ପଳାଇ ଆସିଥିଲେ। ପରେ ତାଙ୍କୁ ଗାଡି ଚକାତଳେ ଚାପି ଦେବାକୁ ଅଶ୍ବଜିତ ନିଜ ଡ୍ରାଇଭରକୁ କହିଥିଲେ। ପରେ ଡ୍ରାଇଭର କାର ଚଢ଼ାଇଦେବାରୁ ଘଟଣା ସ୍ଥଳରେ ପ୍ରୀୟା ଗୁରୁତର ହୋଇଯାଇଥିଲେ। ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଗୋଡ ଭାଙ୍ଗି ଯାଇଛି ଆଉ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଛି। କିନ୍ତୁ ପୋଲିସ ତାଙ୍କ ଗୁହାରି ଶୁଣୁ ନାହାଁନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର

Sponsored
ପ୍ରେମିକାକୁ ଗାଡ଼ି ଚଢ଼ାଇଲା ପ୍ରେମିକ | Argus English