Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ୍ ମାଳଦ୍ବୀପ’

National

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ୍ ମାଳଦ୍ବୀପ’

Manini Pattanayak
Browse all articles by Manini Pattanayak
·2 years ago·2 min read
ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ୍ ମାଳଦ୍ବୀପ’

ନୂଆଦିଲ୍ଲୀ:  ଲାକ୍ଷାଦ୍ବୀପକୁ ନେଇ ଭାରତରେ ମାଳଦ୍ବୀପ ଝଡ଼। ଦିଲ୍ଲୀରେ ମାଳଦ୍ବୀପ ହାଇକମିଶନରଙ୍କୁ ସମନ। ଆପତ୍ତିଜନକ ସୋସିଆଲ୍ ମିଡିଆ ପୋଷ୍ଟ କରିଥିବା 3 ମନ୍ତ୍ରୀଙ୍କୁ ନିଲମ୍ବନ କଲେ ମାଳଦ୍ବୀପ ସରକାର। ଏପଟେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ୍ ମାଳଦ୍ବୀପ’। ମାଳଦ୍ବୀପରେ ଛୁଟି କଟାଇବା ଯୋଜନା ବାତିଲ୍ କରୁଛନ୍ତି ବହୁ ସଂଖ୍ୟାରେ ଭାରତୀୟ। ଲାକ୍ଷାଦ୍ବୀର ସୁନ୍ଦର ସମୁଦ୍ର ବେଳାଭୂମିରେ ବୁଲୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ମୋଦିଙ୍କର ଏ ଭିଡିଓ ଯେତେବେଳେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କଲା, ସେତେବେଳେ ମାଲଦ୍ବୀପର ଏ ତିନି ଜଣ ଯୁବ ମନ୍ତ୍ରୀଙ୍କୁ ଖଟ୍ଟା ଲାଗିଲା। ଲାକ୍ଷାଦ୍ବୀପରେ ପିଏମ୍ ମୋଦିଙ୍କର ଭିଡିଓ ଦେଖିବା ପରେ ଯେତେବେଳେ ଲୋକେ ଗୁଗୁଲରେ ଲାକ୍ଷାଦ୍ବୀପ ସର୍ଚ୍ଚ କଲେ ସେତେବେଳେ ମାଳଦ୍ବୀପର ଏ ତିନି ମନ୍ତ୍ରୀ ଭାରତ ପ୍ରତି ଈର୍ଷାରେ ଜଳିଉଠିଲେ । ସେମାନଙ୍କୁ ଲାଗିଲା ଯେ ଧନୀ ଭାରତୀୟଙ୍କ ପସନ୍ଦର ପର୍ଯ୍ୟଟନ କେନ୍ଦ୍ର ପାଲଟିଥିବା ମାଳଦ୍ବୀପ ଲାକ୍ଷାଦ୍ବୀପର ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିନଯାଉ । ଏଣୁ ଏ ତିନି ମନ୍ତ୍ରୀ ସୋସିଆଲ୍ ମିଡିଆରେ ପିଏମ୍ ମୋଦିଙ୍କ ବିରୋଧରେ ଆପତ୍ତି ଜନକ ଭାଷା ବି ବ୍ୟବହାର କଲେ। ଆଉ ଏହାକୁ ସୋସିଆଲ୍ ମିଡିଆରେ ଆରମ୍ଭ ହେଲା ଝଡ଼। କଡ଼ା ପ୍ରତିକ୍ରିୟା ପ୍ରକାଶ କଲେ ଭାରତୀୟ ।

ସବୁଠୁ ଆଗରେ ରହିଲେ ବଲିଉଡ୍ ଷ୍ଟାର ଓ ଭାରତୀୟ ସେଲିବ୍ରିଟି। ଅକ୍ଷୟ କୁମାର, ସଲମାନ ଖାନ୍, ଅମିତାଭ୍ ବଚ୍ଚନ, ଅଭିନେତ୍ରୀ ଶ୍ରଦ୍ଧା କାପୁର, କ୍ରିକେଟର ସଚ୍ଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ସେଲିବ୍ରିଟି ଭାରତୀୟ ସାମୁଦ୍ରିକ ବେଳାଭୂମିରେ ବୁଲିବା କଥା କହିଲେ । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏବେ ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ବୀପ। ମାଳଦ୍ବୀପକୁ ଛୁଟି କଟାଇବାକୁ ଯିବା ପାଇଁ ଯୋଜନା କରୁଥିବା ବହୁ ସଂଖ୍ୟାରେ ଭାରତୀୟ ସେମାନଙ୍କ ଟ୍ରିପ୍ ବାତିଲ୍ କରୁଛନ୍ତି। ଭାରତୀୟ ଟ୍ରାଭେଲ୍ କମ୍ପାନୀ ଇଜ୍ ମାଇ ଟ୍ରିପ୍ ମାଳଦ୍ବୀପକୁ ସମସ୍ତ ବିମାନ ବୁକିଂ ରଦ୍ଦ କରିଛି।  ଏପଟେ କେନ୍ଦ୍ର ସରକାର ବି ଆକ୍ସନକୁ ଆସିଛନ୍ତି। ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ପ୍ରସଙ୍ଗରେ ଦିଲ୍ଲୀରେ ମାଳଦ୍ବୀପ ହାଇକମିଶନରଙ୍କୁ ସମନ ହୋଇଛି । ସମନ ପରେ ବୈଦେଶିକ ମନ୍ତ୍ରାଳୟରେ ପହଞ୍ଚିଥିଲେ ମାଳଦ୍ବୀପର ହାଇକମିଶନର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଏମାନେ ହେଲେ ମାଳଦ୍ବୀପର ମୋଇଜୁ ସରକାରର ତିନି ମନ୍ତ୍ରୀ ଯାହାଙ୍କର ପିଏମ୍ ମୋଦିଙ୍କର ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଦିଆଯାଇଥିବା ଆପତ୍ତିଜନକ ସୋସିଆଲ୍ ମିଡିଆ ପୋଷ୍ଟକୁ ଜୋରଦାର ହଙ୍ଗାମା ହୋଇଛି । ତିନି ମନ୍ତ୍ରୀଙ୍କ ଆପତ୍ତି ଜନକ ପୋଷ୍ଟକୁ ନେଇ ଭାରତୀୟ ହାଇକମିଶନ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । ଏହାର ତୁରନ୍ତ ପରେ ମାଳଦ୍ବୀପ ସରକାରଙ୍କ ମୁଖପାତ୍ର ଇବ୍ରାହିମ୍ ଖାଲିଦ୍ ଏ ତିନିଜଣଙ୍କୁ ନିଲମ୍ବିତ କରାଯାଇଥିବା ବିଧିବଦ୍ଧ ସୂଚନା ଦେଲେ। ମାଳଦ୍ବୀପ ସରକାର ଏକଥା ବି ସଫେଇ ଦେଇଥିଲେ ଯେ ଏ ମନ୍ତ୍ରୀଙ୍କର ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ବିଚାର, ଏହା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ମାଳଦ୍ବୀପଙ୍କର ଏହି ମନ୍ତ୍ରୀଙ୍କର ପୋଷ୍ଟକୁ ନେଇ ତାଙ୍କ ଦେଶରେ ବି ବିରୋଧର ସ୍ବର ଉଠୁଛି। ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲେହ ବି ତିନି ମନ୍ତ୍ରୀଙ୍କ ପୋଷ୍ଟକୁ ନେଇ ଆପତ୍ତି କଲେ।

ଏ ପୁରା ବିବାଦକୁ ଏବେ ମାଳଦ୍ବୀପରେ କ୍ଷମତାସୀନ ମୋଇଜୁ ସରକାରର ଚୀନ୍ ପ୍ରତି ଥିବା ଆଭିମୁଖ୍ୟ ସହ ଯୋଡ଼ି ଦେଖାଯାଉଛି। ପଦଭାର ସମ୍ଭାଳିବା ପରେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟ ସୈନିକଙ୍କୁ ପ୍ରତ୍ୟାହାର କଥା କହିଥିଲେ। ଏତିକି ନୁହେଁ ରାଷ୍ଟ୍ରପତି ମୋଇଜୁ ନିଜର ପ୍ରଥମ ବିଦେଶ ଗସ୍ତର ଆରମ୍ଭ ବି ଚୀନରୁ ହିଁ କରିଥିଲେ। ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପ ମନ୍ତ୍ରୀଙ୍କର ଏ ବୟାନ ଫଳରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏହା ମାଳଦ୍ବୀପ ପାଇଁ ବଡ଼ ଝଟକା ପ୍ରମାଣିତ ହୋଇପାରେ। କାରଣ ସେଠାକାର ଅର୍ଥବ୍ୟବସ୍ଥା ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଆଉ ପ୍ରତିବର୍ଷ ବହୁ ସଂଖ୍ୟାରେ ଭାରତୀୟ ସେଠାକୁ ଯାଆନ୍ତି।  

Sponsored
'Boycott Continent' trending on social media | Argus English