|
logo
Live

Argus News - ବୟକଟ ମାଳଦ୍ବୀପ ଟ୍ରେଣ୍ଡ ଭିତରେ ଲାକ୍ଷା ଦ୍ବୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

National

ବୟକଟ ମାଳଦ୍ବୀପ ଟ୍ରେଣ୍ଡ ଭିତରେ ଲାକ୍ଷା ଦ୍ବୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

Ritu Das
Browse all articles by Ritu Das
·2 years ago·2 min read
ବୟକଟ ମାଳଦ୍ବୀପ ଟ୍ରେଣ୍ଡ ଭିତରେ ଲାକ୍ଷା ଦ୍ବୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ମାଳଦ୍ବୀପ ଏବଂ ଲାକ୍ଷାଦ୍ବୀପକୁ ନେଇ ଦେଶରେ ଝଡ଼ ସୃଷ୍ଟି ହୋଇଛି। ରାଜନେତାରୁ ନେଇ ଅଭିନେତା ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏବେ ମାଲଦ୍ବୀପ ନୁହେଁ ଲାକ୍ଷା ଦ୍ବୀପ। ବିଦେଶ ନୁହେଁ, ଦେଶର ପର୍ଯ୍ୟଟନକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଏବେ ପୂରା ଦେଶରେ ଗୋଟିଏ ଆନ୍ଦୋଳନର ରୂପ ନେଇଛି। 

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୪ରେ ଲାକ୍ଷାଦ୍ବୀପ ଗସ୍ତରେ ଯାଇ ଆରପିପେଲାଗୋରେ ସମୟ ବିତାଇଥିବା ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ଭାଇରାଲ ହୋଇଥିଲା। ଏବଂ ଅନେକ ଲୋକ ଏହାକୁ ମାଲଦ୍ବୀପ ସହିତ ତୁଳନା କରିଥିଲେ। ଏହାକୁ ମାଳଦ୍ବୀପ ଅପେକ୍ଷା ଏକ ଭଲ ପର୍ଯ୍ୟଟନସ୍ଥଳୀ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଲକ୍ଷାଦ୍ବୀପ ଗସ୍ତ ପରେ ଭାରତର ସୋସିଆଲ ମିଡିଆ influencer ଏବଂ ୟୁଟ୍ୟୁବର ମାନଙ୍କୁ ଲାକ୍ଷା ଦ୍ବୀପ ଯିବାକୁ ନିବେଦନ କରିଛନ୍ତି। ମାଲଦ୍ବୀପର ଜଣେ ମନ୍ତ୍ରୀ ଏହି ପ୍ରସଙ୍ଗରେ ଏକ ବିବଦୀୟ ପୋଷ୍ଟ କରିଥିଲେ। ଯାହାପରେ ଉଭୟ ଦେଶର ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏହି ପ୍ରଙ୍ଗରେ କଥା କଟାକଟି କରିଥିଲେ। ବର୍ତ୍ତମାନ ବଲିଉଡ ତାରକାମାନେ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଛନ୍ତି। ଅକ୍ଷୟ କୁମାର, ସଲମାନ ଖାନ, ଜନ ଆବ୍ରାହମ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ବହୁ ବଲିଉଡ ତାରକା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଲାକ୍ଷା ଦ୍ବୀପ ପରିଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅକ୍ଷୟ କୁମାର ମାଲଦ୍ବୀପ ନେତାଙ୍କ ମନ୍ତବ୍ୟର ସ୍କ୍ରିନସଟ ଶେୟାର କରି ଏହାକୁ ବିନା କାରଣରେ ଘୃଣା ବୋଲି କହିଛନ୍ତି। ସେ ଲେଖିଛନ୍ତି ମାଲଦ୍ବୀପର ବିଶିଷ୍ଟ ଜନପ୍ରତିନିଧିଙ୍କ ଦ୍ବାରା ଭାରତୀୟଙ୍କ ବିରୋଧରେ ଘୃଣା ଜାତିପ୍ରଥା ମନ୍ତବ୍ୟ ଦିଆଯାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ, ସେମାନେ ଦେଶରେ ଏଭଳି କରୁଛନ୍ତି ଯେଉଁ ଦେଶ ସେମାନଙ୍କୁ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ପଠାଇଥାଏ। ଆମେ ଆମର ପଡ଼ୋଶୀମାନଙ୍କ ପାଇଁ ଭଲ କିନ୍ତୁ ଆମ ଦେଶ ପାଇଁ କୌଣସି ଅସମ୍ମାନଜନକ କଥା ଆମେ ସହ୍ୟ କରିବୁନି। ମୁଁ ଅନେକଥର ମାଲଦ୍ବୀପ ବୁଲି ସାରିଛି ଏବଂ ଏହାକୁ ସର୍ବଦା ପ୍ରଶଂସା କରିଛି। କିନ୍ତୁ ପ୍ରଥମେ ଆମ ଦେଶର ସମ୍ମାନ ଦରକାର। ଏବେ ଆସନ୍ତୁ ଆମ ଭାରତୀୟ ilandକୁ explore କରିବା। ଆମ ନିଜ ପର୍ଯ୍ୟଟନସ୍ଥଳୀକୁ ସମର୍ଥନ କରିବା। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
ବୟକଟ ମାଳଦ୍ବୀପ ଟ୍ରେଣ୍ଡ ଭିତରେ ଲାକ୍ଷା ଦ୍ବୀପ ଯିବାକୁ ଜନତାଙ୍କୁ ଅପିଲ କଲେ ବଲିଉଡ ସେଲିବ୍ରିଟି | Argus English