Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଦିଙ୍କ ରାଇଜରେ ରକ୍ତବୁହା ଶାସନ: ହିଂସା, ଆକ୍ରମଣ, ଗୁଣ୍ଡଗର୍ଦ୍ଦିକୁ ପ୍ରୋତ୍ସାହନ

National

ଦିଦିଙ୍କ ରାଇଜରେ ରକ୍ତବୁହା ଶାସନ: ହିଂସା, ଆକ୍ରମଣ, ଗୁଣ୍ଡଗର୍ଦ୍ଦିକୁ ପ୍ରୋତ୍ସାହନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦିଦିଙ୍କ ରାଇଜରେ ରକ୍ତବୁହା ଶାସନ:  ହିଂସା, ଆକ୍ରମଣ, ଗୁଣ୍ଡଗର୍ଦ୍ଦିକୁ ପ୍ରୋତ୍ସାହନ

ଅର୍ଗସ ବ୍ୟୁରୋ:  ବଙ୍ଗର ପ୍ରତିଶବ୍ଦ ପାଲଟିଛି ହିଂସା। ଏହାର କାରଣ ଶାସକ ଟିଏମସି। ସଂଘୀୟ ବ୍ୟବସ୍ଥାର ଉଡୁଛି ଧଜ୍ଜିଆ । ଦିଦି ବାହିନୀର ଆକ୍ରମଣ ଏବେ ପାଲଟିଛି ସାଧାରଣ । ରାସନ ବଣ୍ଟନ ଦୁର୍ନୀତିରେ ଆଜି ଉତ୍ତର 24 ପ୍ରଗଣାକୁ ରେଡ୍ ପାଇଁ ଯାଉଥିବା ବେଳେ ଇଡି ଉପରେ ଅତର୍କିତ ଆକ୍ରମଣ କରିଥିଲେ ଦିଦି ବାହିନୀ ଅର୍ଥାତ ଟିଏମସିର ଗୁଣ୍ଡା। ସନ୍ଦେଶଖଲୀର ଟିଏମସି ନେତା ଶାହାଜାନ୍ ଶେଖଙ୍କ ଘରକୁ ରେଡ୍ ପାଇଁ ପହଞ୍ଚିଥିଲେ ଇଡି ଅଧିକାରୀ। ଠିକ୍ ଏତିକି ବେଳେ 200ରୁ ଅଧିକ ଲୋକ ଅଚାନକ ଆକ୍ରମଣ କଲେ, ସୁରକ୍ଷାରେ ମୁୟତନ ଯବାନଙ୍କୁ ମଧ୍ୟ ଛାଡ଼ିନଥିଲେ ଟିଏମସି ଗୁଣ୍ଡା। ଏଥିରେ କିଛି ଅଧିକାରୀ ଗୁରୁତର ଭାବେ ଆତହ ହୋଇଥିବା ବେଳେ ଗାଡ଼ି ଗୁଡ଼ିକୁ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଇଡି ଅଧିକାରୀଙ୍କ ଉପରେ ଆକ୍ରମଣକୁ ସମସ୍ତେ ନିନ୍ଦା କରୁଥିବା ବେଳେ ପଶ୍ଚିମବଙ୍ଗରେ ରୋହିଙ୍ଗିୟା ମୁସଲିମଙ୍କ ଉତ୍ପାତ ବଢ଼ୁଛି ଏବଂ ଆଗାମୀ ଦିନରେ ଏମାନେ ପଶ୍ଚିମବଙ୍ଗକୁ ନର୍କରେ ପରିଣତ କରିଦେବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ।

ସେପଟେ ଇଡିର ଆଉ ଏକ ଟିମ୍ ରାସନ ଦୁର୍ନୀତିରେ ପୂର୍ବତନ ନଗରପାଳିକା ଚେୟାରମ୍ୟାନ୍ ତଥା ଟିଏମସି ନେତା ଶଙ୍କର ଆଧ୍ୟାଙ୍କ ଘରେ ରେଡ୍ କରିଥିଲା। ପଶ୍ଚିମବଙ୍ଗରେ ରାସନ ସ୍କାମକୁ ନେଇ ଇଡିର ତଦନ୍ତ ଚାଲିଥିବା ବେଳେ ଟିଏମସି ବାରମ୍ବାର ଇଡିର ତଦନ୍ତରେ ବାଧା ଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି। ତେବେ ଇଡି ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତି ମଧ୍ୟ ତେଜିଛି। ଏହି ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ନୀଶିଥ ପରମାଣିକ୍ ନିନ୍ଦା କରିଥିବା ବେଳେ ଇଡିକୁ ନେଇ ପୁରୁଣା ରାଗ ଗାଇଛି ଟିଏମସି ।

କ୍ଷମତାର ଫାଇଦା ଉଠାଇ ଦୁର୍ନୀତିର ଚାରା ବୁଣିଛନ୍ତି ଇଣ୍ଡି ଆଲାଏନ୍ସ ବଡ଼ ବଡ଼ ନେତା। ଆଉ ଇଡି  ଏହି ଦୁର୍ନୀତିର ଚେର କାଟିବାକୁ ବାହାରିଲେ ଏମାନଙ୍କୁ ଲାଗୁଛି ଝଟକା। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁଣ୍ଡରେ ଗିରଫଦାରୀ ଖଣ୍ଡା ଝୁଲୁଥିବା ବେଳେ କେଜ୍ରିୱାଲଙ୍କୁ ଚତୁର୍ଥ ଥର ପାଇଁ ସମନ ଦେବାକୁ ପ୍ରସ୍ତୁତ ଇଡି ସେପଟେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ମଧ୍ୟ ଇଡିର ଡାକରା ପଡ଼ିଛି। ଆଉ ଏପଟେ ପଶ୍ଚିମବଙ୍ଗରେ ବି ଘାଣ୍ଟୁଛି ଇଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Sponsored
Bloody Reign in mamatas government : Violence, Attacks, Incitement to Gangs | Argus English